ବିକ୍ରମଦେବ ରାଉତରାୟଙ୍କୁ ବିଶ୍ଵ ରେକର୍ଡ ପୁରସ୍କାର ପ୍ରଦାନ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର ବିକ୍ରମଦେବ ରାଉତରାୟ ଅଳ୍ପ ସମୟ ମଧ୍ୟରେ ଭାରତର ୫୪୩ଲୋକସଭା ଆସନର ନାମ କହିବା ଓ ମାନଚିତ୍ରରେ ଲୋକସଭା ଆସନ ଗୁଡିକୁ ଚିହ୍ନଟ କରିବା ଭଳି ଦୁଇ ଦୁଇଟି ବିଶ୍ଵ ରେକର୍ଡ ହାସଲ କରିଥିଲେ। ସେଥିପାଇଁ ଆଜି ଗୁଜୁରାଟର ଅହମ୍ମଦାବାଦ ଠାରେ ଏକ ସ୍ବତନ୍ତ୍ର ଉତ୍ସବରେ ତାଙ୍କୁ ପଦକ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଛି । ଏଥିପାଇଁ ଆନନ୍ଦପୁର ଉପଖଣ୍ଡ ସମେତ ସମଗ୍ର ବଞ୍ଚୋଗ୍ରାମରେ ଖୁସିର ଲହରୀ ଖେଳିଯାଇଛି। ଆନନ୍ଦପୁର ବିଧାୟକ ଅଭିମନ୍ୟୁ ସେଠୀ, ପୁର୍ବତନ ବିଧାୟକ ଜୟଦେବ ଜେନା, ମାୟାଧର ଜେନା, ଭାଗୀରଥି ସେଠୀ, ବିଜେପି ନେତା ଆଲୋକ ସେଠୀ, ସାଂସଦ ପ୍ରତିନିଧି ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସରପଞ୍ଚ ପ୍ରସାନ୍ତ ରାଉତ ପ୍ରମୁଖ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ