ବିଶ୍ୱ ସଂସ୍କୃତ ଦିବସ

କେନ୍ଦ୍ରାପଡ଼ା,((ଚିତ୍ତ ରଞ୍ଜନ ଦାଶ):ସମଗ୍ର ବିଶ୍ୱରେ ସଂସ୍କୃତ ଦିବସ ପାଳନ ହେଉଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରେ ମଧ୍ୟ ବିଶ୍ୱ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। କେନ୍ଦ୍ରାପଡା ସହର ଉପକଣ୍ଠ ଗରାପୁର ସ୍ଥିତ ଆନନ୍ଦମାର୍ଗ ବିଦ୍ୟାଳୟ ପରିସରରେ ଚଉଦକୁଲାଟ ତମାଳଶାସନର ହରକୁମାର ଛାୟା ସେଣ୍ଟର ଫର ସୋସିଆଲ ଡେଭଲପମେଣ୍ଟ ଆନୁକୂଲ୍ୟରେ ବିଶ୍ୱ ସଂସ୍କୃତ ଦିବସ ପାଳନ ଉପଲକ୍ଷେ କିଶୋର ଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଏକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ପରିବେଶବୀତ ସନ୍ତୋଷ କୁମାର ଜେନା, ମୁଖ୍ୟବକ୍ତା ଭାବେ ଗାଳ୍ପିକ ପ୍ରଦୀପ ନାୟକ, ସମ୍ମାନୀତ ଅତିଥି ଭାବେ ଆନନ୍ଦମାର୍ଗର ଆଚାର୍ଯ୍ୟ ବିକାଶାନନ୍ଦ ଅବଧୂତବାବା, ସମାଜସେବୀ କାନନବାଳା ଦାସ, ରମେଶ ଚନ୍ଦ୍ର ସାହୁ ଓ ପ୍ରଶାନ୍ତ କୁମାର ପାତ୍ର ପ୍ରମୁଖ ଯୋଗଦେଇ ସଂସ୍କୃତ ଶିକ୍ଷାର ଗୁରୁତ୍ୱ ଓ ସାଂସାରିକ କ୍ଷେତ୍ରରେ ବ୍ୟବହାରିକ ବିଷୟ ଉପରେ ଆଲୋକପାତ କରିଥିଲେ। ଘରେ ଘରେ ସଂସ୍କୃତ ଭାଷାର ବ୍ୟବହାର ପାଇଁ ଉପସ୍ଥିତ ସଂସ୍କୃତାନୁରାଗୀମାନେ ଦୃଢ ପ୍ରତିଜ୍ଞ ହୋଇଥିଲେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଂସ୍କୃତ ଭାଷା ରହିଛି ଓ ରହିବ ମଧ୍ୟ। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୯ଟି ବ୍ଲକରୁ ଯୋଗଦେଇଥିବା ଶତାଧିକ ସଂସ୍କୃତାନୁରାଗୀ ନିଜ ଘରୁ ଦୃଢ ପ୍ରତିଜ୍ଞ ହୋଇ ସଂସ୍କୃତ ଭାଷାକୁ ଚଳାଇ ରଖିବାକୁ ଆହ୍ୱାନ ଦେଇଥିଲେ। ବେଦଧ୍ୱନୀ ମାଧ୍ୟମରେ ଅଧ୍ୟାପକ ପ୍ରଦ୍ୟୁମ୍ନ କୁମାର ମିଶ୍ର ଆଶୀର୍ବଚନ ପ୍ରଦାନ କରିବା ସହିତ ଉଚ୍ଚାଙ୍ଗରେ ବେଦଧ୍ୱନୀ କରିଥିଲେ। ଶେଷରେ ମନସ୍ୱିନୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ