ଚତୁର୍ଥ ଦିନରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଛତ୍ରପୁର (ଓ୍ବାଇଏନଏସ): ପବିତ୍ର କୁମାର ପୂର୍ଣ୍ଣିମାଠାରୁ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହର ମା’ ଗଜଲକ୍ଷ୍ମୀଙ୍କ ପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି। ଲୋୟର ବସଷ୍ଟାଣ୍ଡସ୍ଥିତ ଲକ୍ଷ୍ମୀ ବଜାର କମ୍ପ୍ଲେକ୍ସ ପରିସରରେ ଆୟୋଜିତ ମା’ ଗଜଲକ୍ଷ୍ମୀଙ୍କ ପୂଜା ବୁଧବାର ଚତୁର୍ଥ ଦିନରେ ପହଞ୍ଚିଛି। ସୁସଜ୍ଜିତ ମେଢରେ ମା’ ଗଜଲକ୍ଷ୍ମୀ ଝଲସି ଉଠୁଥିବା ବେଳେ ମା’ଙ୍କ ଦର୍ଶନ ଓ ଆଶୀର୍ବାଦ ପାଇଁ ଭକ୍ତଙ୍କ ଭିଡ଼ ଜମୁଛି। ପୂଜାମଣ୍ଡପରେ ବେଦମନ୍ତ୍ର ଉଚ୍ଚାରଣ ସାଙ୍ଗକୁ ମହିଳା ଭକ୍ତଙ୍କ ହୁଳହୁଳି ଓ ‘ଜୟ ମା’ ଗଜଲକ୍ଷ୍ମୀ’ ଧ୍ୱନିରେ ପୂଜାସ୍ଥଳ ପ୍ରକମ୍ପିତ ହୋଇଉଠୁଛି। ବାଦ୍ୟବାଜଣା ସାଙ୍ଗକୁ ଗାହାଣି ଗୀତ ଭକ୍ତଙ୍କ ମନ ମୋହିବା ସହ ପୂଜାମଣ୍ଡପରେ ଏକ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି। ଏହି ଅବସରରେ ଛତ୍ରପୁର ପୌରପରିଷଦ ର କାଉନସିଲର ପ୍ରୀତିଛନ୍ଦା ସାମଲ ଙ୍କ ସମେତ ବହୁ ଶ୍ରଦ୍ଧାଳୁ ପୂଜାମଣ୍ଡପରେ ପହଞ୍ଚି ମା’ଙ୍କ ଆଳତି ଦର୍ଶନ କରିବା ସହ ଆଶୀର୍ବାଦ ଲାଭ କରିଥିଲେ। ପଣ୍ଡିତ ସରୋଜ ଶତପଥୀ ଓ ନୃସିଂହ ପଣ୍ଡାଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ କରାଯାଇ ପାରମ୍ପରିକ ରୀତିନୀତିରେ ମା’ଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ମା’ଙ୍କ ଆଳତି ଦର୍ଶନ ପାଇଁ ଛତ୍ରପୁର ସହର ସମେତ ଆଖପାଖ ଅଞ୍ଚଳରୁ ବହୁ ସଂଖ୍ୟକ ମହିଳା ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ପକ୍ଷରୁ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ