ମା’ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରରେ ପୂଜା
ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଛୟାଳସିଂହ ବିଦ୍ୟୁତ୍ ଷ୍ଟ୍ରକ୍ଚର ନିକଟସ୍ଥ ମା’ଦକ୍ଷିଣେଶ୍ୱରୀ କାଳୀ ମନ୍ଦିରରେ ପୂଜା ଆରମ୍ଭ ହୋଇଛି । ପ୍ରାରମ୍ଭରେ ନିକଟସ୍ଥ ଗ୍ରାମ୍ୟ ଠାକୁରାଣୀ ପୁଷ୍କରିଣୀରୁ ୩ କଳସ ଅଣାଯାଇ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ନାରାୟଣ ମିଶ୍ର, ଦୁର୍ଗା ପଣ୍ଡାଙ୍କ ସମସ୍ତ ପୂଜା କାର୍ଯ୍ୟ ସମ୍ପାଦନ କରୁଛନ୍ତି । ଏହି ପୂଜା ୩ ଦିନ ଧରି ଚାଲିବ । ଏହି ପୂଜା ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶହ ଶହ ଭକ୍ତଙ୍କର ଭିଡ ଦେଖିବାକୁ ମିଳିଛି । ପୂଜା ଉତ୍ସବରେ ବିଜୟ କୁମାର ନାୟକ, କୂଳମଣି ନାୟକ, ନରେଶ ତ୍ରିପାଠୀ, ଉମାକାନ୍ତ ନାଥ, ରାମ ଚନ୍ଦ୍ର ମହାନ୍ତି, ବାପୁନ ଜେନା, ବାଦଲ ଜେନା, ସନ୍ତୋଷ ସାହୁଙ୍କ ସମେତ ଛୟାଳସିଂହ ପଞ୍ଚାୟତର ବିଭିନ୍ନ ଗ୍ରାମର ଅଧିବାସୀୀ ମାନେ ସହଯୋଗ କରୁଛନ୍ତି ।