ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀରେ ପୁଷ୍ପମାଲ୍ୟାର୍ପଣ ଓ ପଦଯାତ୍ରା ଅଭିଯାନର ଶୁଭାରମ୍ଭ

କଟକ,(ଓ୍ବାଇଏନଏସ): ବିଜୁ ଜନତା ଦଳ ବାରବାଟୀ କଟକ ନିର୍ବାଚନ ମଣ୍ଡଳୀ ପକ୍ଷରୁ ମେୟର ସୁବାସ ସିଂହ ଙ୍କ ନେତୃତ୍ୱ ରେ ପଣ୍ଡିତ ଗୋପବନ୍ଧୁ ଦାସ ଙ୍କର ୧୪୮ ତମ ଜନ୍ମଜୟନ୍ତୀ ପରିପେକ୍ଷୀ ରେ ବକ୍ସିବଜାର ସ୍ତିତ ଗୋପବନ୍ଧୁ ପାର୍କ ରେ ଶତାଧିକ କର୍ମୀ ଓ ନେତା ଗୋପବନ୍ଧୁ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସଙ୍ଗେ ସଙ୍ଗେ ରାଜ୍ୟ ରେ ଚାଲିଥିବା ଦୁର୍ନୀତି ଓ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ବିରୁଦ୍ଧ ରେ ଜନସାଧାରଣ ଆଗେଇ ଆସନ୍ତୁ ବୋଲି ଆହ୍ଵାନ ଦେଇଥିଲେ । ରାଜ୍ୟ ରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତଏବଂ ରାଜ୍ୟ ସରକାର ନୀରବ ଦ୍ରଷ୍ଟା ସାଜିଛନ୍ତି, ସମଗ୍ର ରାଜ୍ୟ ରେ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ, ହତ୍ୟା, ଧର୍ସଣ, ପରୀକ୍ଷା ରେ ଦୁର୍ନୀତି ଇତ୍ୟାଦି ପାଇଁ ରାଜ୍ୟବାସିଙ୍କର ସରକାର ଙ୍କ ପ୍ରତି ବିଶ୍ଵାସ ଏବଂ ଆଶା ତୁଟି ଯାଉଅଛି । ଦେଢ଼ ବର୍ଷ ରେ ବିଜେପି ସରକାର ଲୋକ ମାନଙ୍କ ବିଶ୍ଵାସ ହରାଇଛି । ASI ପରୀକ୍ଷା ର ଦୁର୍ନୀତି, ଦିବା ଲୋକ ରେ ଆଇନଜିବୀ ଙ୍କ ହତ୍ୟା, ଧର୍ସଣ ଦୈନଦିନ ଘଟଣା ରେ ପରିଣତ ହୋଇଛି ବୋଲି ବିଜୁ ଜନତା ଦଳ କର୍ମକର୍ତା ମାନେ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟ କ୍ରମରେ ବିଜେଡି ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଶଶୀଭୂଷଣ ବେହେରା, କଟକ ଜିଲ୍ଲା ସଭାପତି ଶ୍ରୀ ପ୍ରଫୁଲ୍ଲ ସିଂହ, ବରିଷ୍ଠ ନେତା ଶ୍ରୀ ମଧୁସୂଦନ ସାହୁ, ବରିଷ୍ଠ ଆଇନଜିଵୀ ଶଶୀଭୂଷଣ ଦାସ , ମହିଳା ନେତ୍ରୀ ପୂର୍ବତନ ମେୟର ଅନିତା ବେହେରା, ପୂର୍ଣ୍ଣିମା ସିଂହ, ମହମ୍ମଦ ଶକିଲ୍, ପ୍ରକାଶ ସିଂହ, ରମଜାନ୍ ଖାଁ, ଷ୍ଟାଣ୍ଡି କମିଟି ଅଧ୍ୟକ୍ଷା ଶ୍ରୀମତୀ ଏ.ଶ୍ରୀଦେବୀ, ମୋନାଲିଶା ଦାସ, ପ୍ରଫୁଲ୍ଲ ବେହେରା, ପ୍ରଦୀପ ରାଉତ, ପ୍ରଦୀପ କୁମାର ସାହୁ, ବସନ୍ତ ବେହେରା, ପୁଷ୍ପିତା ମହାନ୍ତି, ପ୍ରିୟମ୍ବଦା ସ୍ୱାଇଁ, ରିତାଞ୍ଜଳୀ ବେହେରା , ଇତିଶ୍ରୀ ଦାସ , ବୁଲୁ ସିଂହ , ପ୍ରିୟମ୍ବଦା ମହାନ୍ତି, କେ.ଜେଡ୍ ଆଫ୍ରିନ , ରବିନାରାୟଣ ସାହୁ ବିନୋଦ ପଣ୍ଡା, ଜଗନ୍ନାଥ ସ୍ବାଇଁ, ଦେବେନ୍ଦ୍ର କାହାଳୀ, ଦେବେନ୍ଦ୍ର ପାଣିଗ୍ରାହୀ, ଜନ୍ ଆଶିଷ ବରାଳ, ସୌମେନ୍ଦ୍ର ସାହୁ ,ବିରେନ୍ ବେହେରା, ବିଜୟ ଓଝା, ଗଦାଧର ସାହୁ, ସ୍ବଦେଶ ଦାସ, ବିଶ୍ଵନାଥ ଧିର୍, ମନୋରଞ୍ଜନ ମହାପାତ୍ର, ପ୍ରଭାତ ଦାସ, ସୌମ୍ୟ ଦର୍ଶନ ବେହେରା, ସୁଶୃତ ମହାନ୍ତି ,ମହମଦ ଆରିଫ, ପରେସ ଦାସ, ପ୍ରେମନସୁ ଭୂଷଣ ବେହେରା , ସୟଦ ଶେଖାୱତ୍ ଅଲି, ଅର୍ପିତା ଦାସ , ଶରତ ସ୍ବାଇଁ , କୁନି ସେଠୀ , ଗୌରାଙ୍ଗ ବାରିକ , ସମସ୍ତ ୱାର୍ଡ ର ସଭାପତି , କୋର୍ପୋରାତୟର , ବୁଦ୍ଧିଜୀବୀ , ଯୁବ ଏବଂ ଛାତ୍ର ବିଜେଡ଼ି ସଭ୍ୟ ,ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ