ଗୃହରକ୍ଷୀ ପଦବୀ ନିମନ୍ତେ ଜୁନ୍ ୨୯ରେ ହେବ ଲିଖିତ ପରୀକ୍ଷା

କଟକ,(ଓ୍ବାଇଏନଏସ): କଟକ ସହରାଂଚଳରେ ଖାଲି ପଡିଥିବା ମୋଟ୍ ୨୦୯ଟି ଗୃହରକ୍ଷୀ ପଦବୀ ନିମନ୍ତେ ଲିଖିତ ପରୀକ୍ଷା ଆସନ୍ତା ୨୯.୦୬.୨୦୨୫ରିଖ ଦିନ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ପରୀକ୍ଷା ପାଇଁ ବୈଧ ଆବେଦନପତ୍ରର ଆବେଦନକାରୀମାନଙ୍କ ପାଇଁ କଟ କ ସହରାଂଚଳ ଗୃହରକ୍ଷୀ କାର୍ଯ୍ୟାଳୟ, ବକ୍ସିବଜାରଠାରେ ୨୪.୦୬.୨୦୨୫ ଠାରୁ ୨୬.୦୬.୨୦୨୫ ପର୍ଯ୍ୟନ୍ତ ଆଡମିଟ କାର୍ଡ (ପ୍ରବେଶ ପତ୍ର) ଉପଲବଧ ହେବ । ଆଡମିଟ୍ କାର୍ଡ ନେବା ସମୟରେ ପ୍ରାର୍ଥୀମାନେ ନିଜ ପରିଚୟ ପ୍ରମାଣ ପତ୍ର (ଆଧାର କାର୍ଡ) ଦାଖଲ କରିବା ବାଧ୍ୟତାମୂଳକ । ଅବୈଧ ଆବେଦନପତ୍ରଗୁଡିକର ତାଲିକା କଟକ ସହରାଂଚଳର ସମସ୍ତ ଥାନା ତଥା ସମାଦେଷ୍ଟା ଗୃହରକ୍ଷୀ କାର୍ଯ୍ୟାଳୟ, କଟକ ସହରାଂଚଳ, ବକ୍ସିବଜାର, ରିଜର୍ଭଲାଇନ୍‌ର ସୂଚନା ଫଳକ ଏବଂ କାନ୍ଥରେ ପ୍ରକାଶ କରାଯାଇଛି । ପରୀକ୍ଷା କେନ୍ଦ୍ର ଓ ସମୟ ସମ୍ପର୍କରେ ପ୍ରର୍ଥୀମାନଙ୍କ ଆଡମିଟ କାର୍ଡରେ ଉଲ୍ଲେଖ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ