ଉପକାରାଗାରରେ ଯୋଗଶିକ୍ଷା ଆରମ୍ଭ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ବାରିମୂଳସ୍ଥିତ କେନ୍ଦ୍ରାପଡ଼ା ଉପ କାରାଗାରରେ ଆଜିଠାରୁ ଯୋଗଶିକ୍ଷା ଆରମ୍ଭ ହୋଇଛି। ଜିଲ୍ଲାପାଳ ରଘୁରାମ ଆର. ଆୟାର ଏବଂ ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟ୍ଟାରିଆ ଏହି ଶିବିରକୁ ଉଦଘାଟନ କରିଛନ୍ତି। ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ସହକାରୀ ରେଜିଷ୍ଟାର ଅଜୟ କୁମାର ରାଉତ ଏହି ଶିବିରରେ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଏହି ଯୋଗଶିକ୍ଷା ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି କାର୍ଯ୍ୟକ୍ରମ ଦ୍ୱାରା ଅନ୍ତେବାସୀଙ୍କ ମନରେ ଉଭୟ ଶାରୀରିକ ଏବଂ ମାନସିକ କ୍ଷେତ୍ରରେ ଏକ ନୂତନ ପରିବର୍ତ୍ତନ ଆସିବ ବୋଲି ଅତିଥି ମାନେ ମତପୋଷଣ କରିଥିଲେ। କାରାଗାର ଅଧୀକ୍ଷକ ସୁନିଲ କୁମାର ପାତ୍ର, କାରାପାଳ ଶୁଭେନ୍ଦୁ ଭୂୟାଁ, ସହକାରାପାଳ ସୁକାନ୍ତ ରାଉତ ଓ ପ୍ରହ୍ଲାଦ ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଏଥିରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ