ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲରେ ଯୋଗମହୋତ୍ସବ
ହାଟଡିହି (ଓ୍ବାଇଏନଏସ): ଉତ୍କଳ ଗୌରବ ଇଣ୍ଟରନେସନାଲ ସ୍କୁଲରେ ସ୍କୁଲର ପ୍ରତିଷ୍ଠାତା ଡ.ପ୍ରଦୀପ ସେଠୀଙ୍କ ନିର୍ଦ୍ଦେଶରେ ତିନିଦିନ ଧରି ଚାଲିଥିବା ଯୋଗମହୋତ୍ସବ ଉଦଯାପିତ ହୋଇଯାଇଛି। ହାଇଦ୍ରାବାଦ ନବୟୋଗା ଏକାଡେମୀରୁ ଆସିଥିବା ଯୋଗଗୁରୁ ନବୀନ କୋଲ୍ଲି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ଦେଇଥିଲେ। ଯୋଗ କେବଳ ଶାରୀରିକ ବ୍ୟାୟାମ ନୁହେଁ, ଯୋଗଦ୍ୱରା ଶରୀର ନିରୋଗ ରହିବା ସହିତ ଯୋଗଦ୍ୱାରା ସୁସ୍ଥ ଜୀବନ ଯାପନ ସମ୍ଭବ ବୋଲି ସେ କହିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କୁ ସୂର୍ଯ୍ୟ ନମସ୍କାର, ସୂର୍ଯ୍ୟାସନ, ପଦ୍ମାସନ, ଭୂଜାଙ୍ଗାସନ ପ୍ରଭୃତି ଯୋଗାସନ ଶିକ୍ଷା ସହିତ ତାହାର ଉପକାରିତା ଉପରେ ଶିକ୍ଷା ଦେଇଥିଲେ। ଏଥିରେ ବିଦ୍ୟାଳୟର ୨୯୦ଜଣ ଛାତ୍ର ଛାତ୍ରୀ ଓ ଅନେକ ଅଭିଭାବକ ମାନେ ଯୋଗଦେଇ ଯୋଗଶିକ୍ଷା ଲାଭ କରିଥିଲେ। ଯୋଗଗୁରୁ ନବୀନ କୋଲ୍ଲି ଛାତ୍ରଛାତ୍ରୀଙ୍କ ଦକ୍ଷତା ଓ ବିଦ୍ୟାଳୟର ସୂ ପରିଚାଳନା ଉପରେ ଖୁସି ବ୍ୟକ୍ତ କରିଥିଲେ। ବିଶେଷ କରି ଗ୍ରାମାଞ୍ଚଳରେ ଏପରି ଏକ ଉଚ୍ଚ କୋଟୀର ସ୍କୁଲ ସ୍ଥାପନ କରି ଗରିବ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚ କୋଟୀର ଶିକ୍ଷାଦାନ କରାଯାଉ ଥିବାରୁ ସ୍କୁଲର ପ୍ରତିଷ୍ଠାତା ଡ.ପ୍ରଦୀପ ସେଠୀଙ୍କୁ କୃତଜ୍ଞତା ଜଣାଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା ଡ.ଦୀପା ମିଶ୍ର ଯୋଗ ମହୋତ୍ସବକୁ ଆନୁଷ୍ଠାନିକ ଉଦଘାଟନ କରିଥଲେ। ସଂଯୋଜିକା ସୁମନ ଗୁପ୍ତା କାର୍ଯକ୍ରମ ସଂଯୋଜନା କରିଥିବା ବେଳେ ଇଞ୍ଜିନିୟର ରାଧାକାନ୍ତ ସାହୁ, ବଶିଷ୍ଠ ଶିକ୍ଷକ ଚନ୍ଦନ ପ୍ରାମାନିକ, ସଙ୍ଗୀତା ପାଢ଼ୀ, ସୁଧାଂଶୁ ଶେଖର ଭୂୟାଁ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ।