ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ଯୁବକର ମୃତ୍ୟୁ
ହାଟଡିହି (ଓ୍ବାଇଏନଏସ): ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଉଛନ୍ତି ନନ୍ଦିପଦା ଥାନା ବଡ଼ରମ୍ପାସ ଗ୍ରାମର ଭରତ ପାତ୍ରଙ୍କ ପୁଅ ଚିନ୍ମୟ ପାତ୍ର (୩୦)ବୋଲି ଜଣା ପଡିଛି। ଆଜି ଦିନ ୧୧ଟା ବେଳେ ସେ ବାଇକ ଯୋଗେ ଅଣା ଛକରୁ ନିଜ ଘର ଆଡକୁ ଯାଉଥିବା ବେଳେ ଅଣା କେନାଲ ପୋଲ ନିକଟରେ କୌଣସି ଅଜଣା ଗାଡି ସହିତ ତାଙ୍କର ଧକ୍କା ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପ୍ରଥମେ ହାଟଡିହି ଡାକ୍ତରଖାନା ଓ ପରେ ଅଗ୍ନିଶମ ବାହିନୀ ସହଯୋଗରେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି। ଏହାକୁ ନେଇ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ନନ୍ଦିପଦା ପୋଲିସ ଡାକ୍ତରଖାନା ରେ ପହଞ୍ଚି ଶବ ବ୍ୟବଚ୍ଛେଦ କରି ତଦନ୍ତ ଆରମ୍ଭ କରିଛି।


