ଯୁବ କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ ସମ୍ବର୍ଦ୍ଧିତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି କରଣସାହି ସ୍ଥିତ ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପ ଠାରେ ପ୍ରତିଷ୍ଠିତ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ୍ ଓ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ନୈବେଦ୍ୟର ମିଳିତ ଆନୁକୁଲ୍ୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଯାଇଅଛି। ଯେଉଁଥିରେ ଦକ୍ଷିଣ ଓଡିଶାର ବିଶିଷ୍ଟ ଯୁବ କଣ୍ଠଶିଳ୍ପୀ ଡାକ୍ତର ଚନ୍ଦନ ଗନ୍ତାୟତ ସଦ୍ୟ ପ୍ରକାଶିତ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଯୁବ ପ୍ରତିଭା ସମ୍ମାନରେ ପୁରସ୍କୃତ ହୋଇଥିବା ଯୋଗୁଁ ତାଙ୍କୁ ଉତ୍ସାସିତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ସଭା ରେ ଅନୁଷ୍ଠାନ ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ୟ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା ମଙ୍ଗରାଜ, ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର, ଜିଲ୍ଲା ସଂସ୍କୃତି ପରିଷଦ ସଦସ୍ୟ ତଥା ଯୁବ ନାଟ୍ୟ କଳାକାର ଆଦର୍ଶ ଦାସ ଓ ସମ୍ବର୍ଦ୍ଧିତ ପ୍ରତିଭା ଡାକ୍ତର ଚନ୍ଦନ ଗନ୍ତାୟତ ମଞ୍ଚାସୀନ ଥିଲେ। ଅତିଥି ମାନେ ଡାକ୍ତର ଗନ୍ତାୟତ ଶିଶୁ କଳାକାର ଅବସ୍ଥାରୁ ବର୍ତ୍ତମାନ ସୁଦ୍ଧା ଡ଼ାକ୍ତରୀ ପଦାଧିକାରୀ ହେବା ପରେ ମଧ୍ୟ ପ୍ରତିଦିନ ସଙ୍ଗୀତ ଗାନ କରୁଥିବା ଯୋଗୁଁ ନିଜର ନିଷ୍ଟା ଓ ସଙ୍ଗୀତ ପ୍ରତି ଦୁର୍ବଳତା ଥିବା ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ସଫଳ ହେଉଛନ୍ତି, ଗୁରୁ ଶିଷ୍ୟ ପରମ୍ପରା ର ଅନନ୍ୟ ଉଦାହରଣ ହେଉଛନ୍ତି ଗୁରୁ ରଘୁନାଥ ପାତ୍ର ଓ ତାଙ୍କ ଶିଷ୍ୟ ଡାକ୍ତର ଚନ୍ଦନ ଗନ୍ତାୟତ ବୋଲି ନିଜର ଅଭିଭାଷଣ ରେ ବକ୍ତା ମାନେ କହିଥିଲେ। ଆୟୋଜକ ଦୁଇ ଅନୁଷ୍ଠାନ ସମେତ ଭକ୍ତି ସଙ୍ଗୀତ ସଂସଦ, ସମଲେଇ ନୃତ୍ୟ ପରିଷଦ, ଶ୍ରୀ ଜଗନ୍ନାଥ ଓଡ଼ିଶୀ କଳାକେନ୍ଦ୍ର, ଭକ୍ତି ପୁଷ୍ପାଞ୍ଜଳି ଆଦି ବହୁ ଅନୁଷ୍ଠାନ କର୍ମକର୍ତ୍ତା ଯୋଗ ଦେଇ ଡାକ୍ତର ଗନ୍ତାୟତଙ୍କୁ ସମ୍ମାନିତ କରିଥିଲେ। ଡାକ୍ତର ଗନ୍ତାୟତ ଗୁଣୁପୁର ରେ ଜନ୍ମିତ ଓ ନିଜ ଚିକିତ୍ସା ସେବା କାଳ ବହୁ ବର୍ଷ ଗଞ୍ଜାମରେ କଟିଥିଲେ ମଧ୍ୟ ନିଜର ସଙ୍ଗୀତ ଜୀବନୀର ଅଧିକ ସମୟ ଗଜପତି ଜିଲ୍ଲା ରେ ହୋଇଥିବା ଯୋଗୁଁ ଏହି ପାରଳା ମାଟି ପାଖେ ସବୁ ବେଳେ ରୁଣୀ ବୋଲି ନିଜ ସମ୍ବର୍ଦ୍ଧିତ ପ୍ରତିଉତ୍ତର ବକ୍ତବ୍ୟ ରଖିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ