ପ୍ରେମ ବ୍ୟାପାରକୁ ନେଇ ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା

କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଏକତରଫା ପ୍ରେମ ବ୍ୟାପାରକୁ ନେଇ ଜଣେ ଯୁବତୀକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପଣ୍ଡାପଡା ଥାନା ତେନ୍ତଳାପଶି ଗାଁରେ  । ଜଣେ ଆଦିବାସୀ ନାବାଳିକାକୁ ଏକତରଫା ପ୍ରେମ କରି ଶେଷରେ ଅତି ଚତୁରତାର ସହ ଫୋନ ଯୋଗେ ଡାକି ନେଇ ଦୁଷ୍କର୍ମ କରିବା ପରେ ନାବାଳିକାର ଘର ପଛ ପଟରେ ଥିବା ଏକ ସଜନା ଗଛରେ ଟାଙ୍ଗି ଦେଇଥିଲା ଅଭିଯୁକ୍ତ ଯୁବକ  । ତେବେ ଏଥିରେ ଅଭିଯୁକ୍ତ ଯୁବକ ସହ ତାର କେତେ ଜଣ ସହଯୋଗୀ ଥିବା ଅନୁମାନ କରାଯାଉଛି  । ଆଜି ସକାଳୁ ନାବାଳିକ ଜଣଙ୍କୁ ମାରି ଟାଙ୍ଗି ଦିଆଯାଇଥିବା ଖବର ପରିବାର ଲୋକେ ଜାଣିବା ପରେ ଘଟଣା ସମ୍ପର୍କରେ ପଣ୍ଡାପଡା ପୁଲିସକୁ ଖବର ଦେଇଥିଲେ  । ଖବର ପାଇବା ପରେ ପଣ୍ଡାପଡା ପୁଲିସ ଟିମ ଘଟଣା ସ୍ଥଳରେ ପହଁଚିବା ସହ ପାରିପାଶ୍ୱର୍ିକ ସ୍ଥିତିକୁ ଅନୁଧ୍ୟାନ କରିବା ସହ ତଦନ୍ତ ଜାରି ରଖିଥିଲେ  । କିନ୍ତୁ ଯୁବତୀର ପରିବାରବର୍ଗ ଜିଦ ଧରିଲେ ଯେ ଅଭିଯୁକ୍ତଙ୍କୁ ନ ଧରିବା ଯାଏ ଶବକୁ ଦିଆଯିବ ନାହିଁ  । ତେଣୁ ଏହାର ପ୍ରତିବାଦରେ ଉତ୍ୟକ୍ତ ଲୋକେ ନୁଦୁରୁପଡା – କାଳିଆହତା ରାସ୍ତାକୁ ତେନ୍ତଳାପଶି ଛକ ନିକଟରେ ଅବରୋଧ କରିଥିଲେ  । ଶେଷରେ ମାଜିଷ୍ଟ୍ରେଟ ତଥା ହରିଚନ୍ଦନପୁର ତହସିଲଦାର ଏବଂ ସାଇଟିଂଫିକ ଟିମ ଘଟଣା ସ୍ଥଳରେ ପହଁଚି ସ୍ଥିତି ଅନୁଧ୍ୟାନ କରିଥିଲେ  । କିନ୍ତୁ ଲୋକମାନେ ରାସ୍ତା ଅବରୋଧରୁ ଉଠି ନ ଥିଲେ  । ଶେଷରେ ତେଲକୋଇ  ବିଧାୟକ ଫକିର ମୋହନ ନାୟକ ଘଟଣା ସ୍ଥଳ ରେ  ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତା ଅବରୋଧରୁ ଲୋକେ ହଟିଥିଲେ ଏବଂ ଶବକୁ ପୁଲିସ ବ୍ୟବଛେଦ ନିମନ୍ତେ ପଠାଇଥିଲା  ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ