ସାଇବର ଠକେଇ ମାମଲାରେ ଯୁବକ ଗିରଫ
କାକଟପୁର /ଅସ୍ତରଙ୍ଗ (ଶୁଭାଶିଷ ଖଣ୍ଡୁଆଳ):-ଅତି କମ୍ ବୟସରୁ ସାଇବର ଠକେଇ ଭଳି ଜଘନ୍ୟ ଅପରାଧ କରି ଜେଲ ଯିବା ଘଟଣା ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁରୀ ଜିଲ୍ଲା କାକଟପୁର ଥାନା ଲତାହରଣ ଅଧୀନ ବାଙ୍କେଶ୍ୱର ଗ୍ରାମର ଶେଖ ତାହାମିର ଓ ସହଯୋଗୀ ବିଭିନ୍ନ ସମୟରେ ବିଭିନ୍ନ ଉପାୟରେ ସାଇବର ଠକେଇ କରି ୧ଲକ୍ଷ ରୁ ଉର୍ଦ୍ଧ ଟଙ୍କା ଠକେଇ ଅଭିଯୋଗରେ କାକଟପୁର ଥାନା ପୁଲିସ ହାତରେ ଧରା ପଡିଛି। ବିଭିନ୍ନ ଉପାୟରେ ସାଇବର ଠକେଇ ନେଇ ଅଭିଯୋଗ ପାଇବା ପରେ କାକଟପୁର ଥାନାଅଧିକାରୀ ବସନ୍ତ କୁମାର ସାହୁ ଙ୍କ ନିର୍ଦ୍ଧେଶରେ କାକଟପୁର ଥାନା ଉପନିରୀକ୍ଷକ ଅମିତ ପାଢ଼ୀ ସମେତ ଅନ୍ୟ କର୍ମଚାରୀ ଅଧିକ ଖୋଳତାଡ଼ କରି କାକଟପୁର ଥାନା ଅନ୍ତର୍ଗତ ବାଙ୍କେଶ୍ୱର ଗାଁରେ ଚଢ଼ାଉ କରି ଅଭିଯୁକ୍ତ ଶେଖ ତାହାମିର ଙ୍କୁ କାବୁ କରିଥିଲେ। ଅଭିଯୁକ୍ତ କୁ ଥାନାରେ ପଚରାଉଚରା ପରେ କେଶ ନମ୍ବର ୫୧/୨୬ଏକ ମାମଲା ରୁଜୁ କରିବା ସହ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତା ‘ନିକଟରୁ ବ୍ୟାଙ୍କ ପାସ ବୁକ, ମୋବାଇଲି ଫୋନ ଓ ଆଧାର କାର୍ଡ ଜବତ କରାଯାଇଛି। ଏ ନେଇ କାକଟପୁର ଥାନାଅଧିକାରୀ ବସନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।


