ଶିବନାରାୟଣପୁର ଗ୍ରାମରେ ଯୁବକଙ୍କ ଆତ୍ମହତ୍ୟା

ହାଟଡିହି (ବିକାଶ ବିଶ୍ବାଳ): ହାଟଡିହି ବ୍ଲକ ବଞ୍ଚୋ ପଞ୍ଚାୟତ ଶିବନାରାୟଣପୁର ଗ୍ରାମରେ ଯୁବକଙ୍କ ଆତ୍ମହତ୍ୟା କରିଥିବା ଜଣା ଯାଇଛି। ସୁଚନାରୁ ଜଣାଯାଇଛି ଯେ ଗ୍ରାମର  ପ୍ରକାଶ ପରିଡ଼ା (୩୨) ନାମକ ଜଣେ ଯୁବକ ଗତ ମେ ୭ତାରିଖରେ ବିବାହ କରିଥିଲେ। କିନ୍ତୁ ଗତକାଲି ରାତିରେ ପ୍ରକାଶ ମୁଗୁପୁରୁ ଗ୍ରାମରେ ହେଉଥିବା ଦେବ ଦମ୍ପତ୍ତି ବିବାହ ଉତ୍ସବ ଦେଖିବାକୁ ଯାଉଛି କହି ଆଉ ଘରକୁ ଫେରି ନଥିଲା। ଆଜି ସକାଳେ ଜଣେ ପଡ଼ୋଶୀ ଶୌଚ ପାଇଁ ଯାଇଥିବା ବେଳେ ପ୍ରକାଶ ର ମୃତଦେହ ବାଡି ପଟେ ଥିବା ଏକ ଗଛରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ଏନେଇ ଖବର ପାଇବା ପରେ ଆନନ୍ଦପୁର ପୋଲିସ୍ ଘଟଣାସ୍ଥଳରୁ ଶବ ଜବତ କରି ଆନନ୍ଦପୁର ଡ଼ାକ୍ତରଖାନାରେ ବ୍ୟବଛେଦ କରିବା ସହିତ ତଦନ୍ତ ଆରମ୍ଭ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ