ଯୁବକଙ୍କ ଆତ୍ମହତ୍ୟା : କାରଣ ଅସ୍ପଷ୍ଟ

କଲ୍ୟାଣସିଂହପୁର(ଏଙ୍କେଟେଶ୍ୱର ପାଢ଼ୀ): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମେଦିରି ସାହିରେ ରହୁଥିବା ରାମ ନାଗଙ୍କ ପୁଅ ଅକ୍ଷୟ ନାଗ (୨୮) ରସି ଲଗାଇ  ଆତ୍ମହତ୍ୟା କରିଥିବା ଜଣା ପଡିଛି।ପୁଲିସ କହିବା ଅନୁଯାୟୀ ଗତ ରାତିରେ ପରିବାରଲୋକେ ଖାଇ ସୋଇଥିଲେ ।ସେ ଅକ୍ଷୟ ଉପର ଘରେ ସୋଇଆସୁଥିଲା ।ସକାଳୁ ତାକୁ ପରିବାର ଲୋକେ ଡାକିବାରୁ କବାଟ ଖୋଲି ନଥିବାରୁ କବାଟ ଖୋଲି ଦେଖିବା ବେଳକୁ ଅକ୍ଷୟ ଏକ ପ୍ଲାଷ୍ଟିକ ରସି ଲାଗି ଓହଳି ଥିବାରୁ  ଦେଖିବାକୁ ପାଇଥିଲେ।ପରିବାର ଲୋକେ ସାହି ପଡ଼ିଶାକୁ ଡାକି  ସନ୍ଦେହ ଜନକ ଭାବେ ରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିଥିଲେ ।ସେହିଠାରେ ଡକ୍ଟର ଦେଖି ମୃତ ଘୋଷଣା କରିଥିଲେ । ଆତ୍ମହତ୍ୟା ର କାରଣ ଆସ୍ପଷ୍ଟ।ଏହାକୁ ନେଇ ଥାନା ଏସ ଆଇ ଦିଲୀପ ମାଝି ଘଟଣା ସ୍ଥଳରେ ପହଞ୍ଚି ଶବ ଓ ଆତ୍ମହତ୍ୟା କରିଥିବା ରସିକୁ ଜବତ କରି ଅପମୃତ ମାମଲା ରୁଜୁ କରିଥିଲେ ।ଶବ ବ୍ୟବଚ୍ଛେଦ କରିବା ପରେ ପରିବାରକୁ ହସ୍ତାନ୍ତର କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ