ସର୍ପଘାତରେ ବୃଦ୍ଧା ମୃତ

ହାଟଡିହି (ବିକାଶ ବିଶ୍ବାଳ): ବିଷାକ୍ତ ସାପ କାମୁଡ଼ାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ହାଟଡିହି ବ୍ଲକ ନନ୍ଦିପଦା ଥାନା ଛେନାପଦି ଗାଁର ବିଳାଶ ଜେନା ନାମକ ଜଣେ ବୃଦ୍ଧା ଆଜି ସକାଳେ ଶୌଚ ହେବାକୁ ପାଇଖାନାକୁ ଯାଉଥିବା ସମୟରେ ଏକ ବିଷାକ୍ତ ସାପ ତାଙ୍କୁ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ତୁରନ୍ତ ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ବୃଦ୍ଧା ଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ