ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

କାକଟପୁର/ଅସ୍ତରଙ୍ଗ:(ଶୁଭାଶିଷ ଖଣ୍ଡୁଆଳ ):-ଗୁରୁବାର ପୂର୍ବାହ୍ନ ରେ ୧୧କେ.ଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସି ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅନ୍ତର୍ଗତ ବାହୁଡିହ ଗ୍ରାମର ସ୍ୱାଧୀନ ନାୟକ ଙ୍କ ୨୨ବର୍ଷୀୟ ପୁଅ ସନ୍ଧିପ ନାୟକ ଓରଫ ସୋନୁ ଙ୍କ ମୃତ୍ୟୁ କୁ ନେଇ ଶୁକ୍ରବାର ପୂର୍ବାହ୍ନ ରେ ରାସ୍ତା ରୋକ କରିଛନ୍ତି ଶତାଧିକ ଲୋକ। ଗୁରୁବାର ବାହୁଡିହ ଗ୍ରାମର ସନ୍ଧିପ ନାୟକ ଏକ ଚାକୁଣ୍ଡା ଡାଳ ଭାଙ୍ଗୁଥିବା ବେଳେ ଅଳ୍ପ କିଛି ଉଚ୍ଚତା ରେ ଥିବା ୧୧କେ. ଭି ବିଦ୍ୟୁତ ତାର ସଂସ୍ପର୍ଶ ରେ ଆସିଥିଲେ। ଯାହାକି ଗୁରୁତର ହେବାରୁ ପରିବାର ଲୋକେ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ। ଡକ୍ଟର ମୃତ୍ୟୁ ଘୋଷଣା ପରେ ନୂଆଗଡ ସାମୁଦ୍ରିକ ଥାନାରେ ଅପମୃତ୍ୟୁ ମାମଲା ୨/୨୫ରେ ମାମଲା ରୁଜୁ କରି ଶବ ବ୍ୟବଛେଦ ହୋଇଥିଲା।କିନ୍ତୁ ସ୍ଥାନୀୟ ଲୋକ ବିଦ୍ୟୁତ ବିଭାଗ ଏଭଳି କାର୍ଯ୍ୟ କୁ ନେଇ ଯୁବକ ଙ୍କ ମୃତ୍ୟୁ ହୋଇଛି। ଗରିବ ପରିବାର କୁ କ୍ଷତି ପୂରଣ ଦାବୀରେ ନୂଆଗଡ ରୁ ଅସ୍ତରଙ୍ଗ ମୁଖ୍ୟ ରାସ୍ତାରେ ଶତାଧିକ ଲୋକ ରାସ୍ତା ରୋକ କରିଛନ୍ତି। ଘଟଣା ସ୍ଥଳରେ ନୂଆଗଡ ସାମୁଦ୍ରିକ ଥାନା ପୋଲିସ ପହଂଚି ଆନ୍ଦୋଳନ କାରି ଙ୍କୁ ବୁଝାଇଥିବା ଜଣାପଡିଛି। ଅନ୍ୟ ପଟେ ଖବର ପାଈଁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ସହାୟତା ରାଶି ଗୁରୁବାର ପ୍ରଦାନ କରାଯାଇଛି ବୋଲି ଅସ୍ତରଙ୍ଗ ତହସିଲଦାର ପ୍ରିୟଙ୍କା ପ୍ରିୟଦର୍ଶନୀ ପତି ସୂଚନା ଦେଇଛନ୍ତି। ମୃତକ ଙ୍କ ପରିବାର କୁ ସରକାରୀ ସ୍ତରରେ କ୍ଷତି ପୂରଣ ଦେବା ପାଇଁ ଦାବୀ କରିଛନ୍ତି। ଶୂନ୍ୟ ଦୁର୍ଘଟଣା ପାଇଁ ବିଦ୍ୟୁତ ବିଭାଗ ତରଫରୁ ସଚେତନ କରାଯାଉଥିଲା ବେଳେ କିନ୍ତୁ ୧୧ କେ. ଭି ବିଦ୍ୟୁତ ତାର ସମ୍ପୂର୍ଣ୍ଣ ନୁଆଁଣିଆ ହୋଇ ରହୁଛି। ଯାହାକି ପୂର୍ବରୁ ମାଣ୍ଡୁକି ପଂଚାୟତ ରେ ଜଣେ ମହିଳା ଙ୍କ ମୃତ୍ୟୁ ଦେଖିବାକୁ ମିଳିଥିବା ବେଳେ ଗୁରୁବାର ବାହୁଡ଼ିହ ଅଂଚଳର ସନ୍ଦୀପ ଙ୍କ ମୃତ୍ୟୁ ଘଟିଛି। ଅସ୍ତରଙ୍ଗ ବିଦ୍ୟୁତ କାର୍ଯ୍ୟାଳୟ ଏଭଳି ଖାମ୍ ଖିଆଲ ନୀତି ଯୋଗୁଁ ମାଣ୍ଡୁକି ଓ ବାହୁଡିହ ଅଂଚଳରେ ଦୁଇ ଜଣ ଙ୍କ ଜୀବନ ୧୧କେ. ଭି ସଂସ୍ପର୍ଶ ରେ ଆସି ମୃତ୍ୟୁ ହୋଇସାରିଲାଣି। ରାସ୍ତା ରୋକ ହୋଇଥିବା ବେଳେ କ୍ଷତି ପୂରଣ ଦେବାକୁ ଦାବୀ ହୋଇଛି।ଘଟଣା ସ୍ଥଳରେ ଆଇନି ଶୃଙ୍ଖଳା ପରିସ୍ଥିତି କୁ ଦୃଷ୍ଟିରେ ରଖି ନୂଆଗଡ ସାମୁଦ୍ରିକ ଥାନା ପୋଲିସ ମୁତୟନ ହୋଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ