ଶାଳିଜଙ୍ଗା ମହିମା ଆଶ୍ରମ ପୁଷ୍କରଣୀରେ ପଡି ଯୁବକ ମୃତ

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଶାଳିଜଙ୍ଗାସ୍ଥିତ ମହିମା ଆଶ୍ରମ ପରିସରରେ ଥିବା ପୁଷ୍କରଣୀରେ ଜଣେ ଯୁବକ ପଡି ମୃତ୍ୟୁବରଣ କରିଥିବା ଜଣାଯାଇଛି। ସୂଚନା ମୁତାବକ ଉକ୍ତ ଯୁବକ ଜଣଙ୍କ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ମଙ୍ଗପୁର ଗ୍ରାମର ନୃସିଂହ ନାୟକ। ନୃସିଂହ ଦୀର୍ଘ ଆଠ ବର୍ଷ ହେବ ମହମା ଆଶ୍ରମର ଆଶ୍ରିତ ଭାବେ ରହି ଆସିଥିଲେ। ସୋମବାର ସକାଳ ସମୟରେ ସେ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ। ଆଶ୍ରମକୁ ଫେରିବାର ବିଳମ୍ବ ହେତୁ ଆଶ୍ରମର ଅନ୍ୟ ସଦସ୍ୟମାନେ ତାଙ୍କୁ ଚାରି ଆଡେ ଖୋଜାଖୋଜି କରି ପାଇ ନଥିଲେ। ମଧ୍ୟାହ୍ନ ସମୟରେ ନୃସିଂହ ପୋଖରୀରେ ଭାସୁ ଥିବାର ଦେଖିଥିଲେ। ଉକ୍ତ ବିଷୟରେ ଥାନାକୁ ଜଣାଇବା ପରେ ଥାନା ପକ୍ଷରୁ ଶବକୁ ଉଦ୍ଧାର କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯିବା ସହ ଶବ ବ୍ୟବଚ୍ଛେଦ ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ