ବିଷ ପ୍ରକ୍ରିୟା ରେ ଯୁବକଙ୍କ ମୃତ୍ୟୁ ; ମୃତଦେହ ଜବତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ଥାନା ଛଣମେରୀ ଗ୍ରାମର ରବିନ୍ଦ୍ର ରାଉଳ(୨୨) ଙ୍କ ବିଷ ପ୍ରକ୍ରିୟା ରେ ଗୁରୁତର ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି।ବୁଧବାର ସକାଳେ ଏନେଇ ଶେରଗଡ଼ ଥାନା କରଡ଼ାକଣା ଗ୍ରାମର ରବୀନ୍ଦ୍ର ଙ୍କ ଭିଣୋଇ ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଥାନା ଅପମୃତ୍ୟୁ ମାମଲା ନଂ.୨୧/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରିବା ପରେ ତଦନ୍ତକାରୀ ଅଧିକାରୀ ଏଏସଆଇ ଝୁନୁ ମାଝୀ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି। ମଙ୍ଗଳବାର ରାତି ପ୍ରାୟ ୮ ଟାରେ ରବୀନ୍ଦ୍ର ରାତ୍ରି ଭୋଜନ ସାରି ଶୋଇଥିଲେ ।ବାନ୍ତି ହେବାରୁ ତାଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା।