ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ତିରୁଣା ପଂଚାୟତ ନରଣପୁର ଗ୍ରାମରେ ଜଣେ ଯୁବକଙ୍କର ଝୁଲନ୍ତା ଦେହ ପରିବାର ପକ୍ଷରୁ ଉଦ୍ଧାର କରାଯାଇ ଗୁରୁବାର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣଙ୍କ ହେଲେ ଏହି ଗ୍ରାମର ନାଗୁ ଦାସଙ୍କ ପୁତ୍ର ରାକେଶ ଦାସ। ବୟସ ୨୮ବର୍ଷ। ପରିବାର ଲୋକଙ୍କ ସୂଚନା ମୁତାବକ ରାକେଶ ସବୁଦିନ ପରି ରାତିରେ ଖାଇ ଶୋଇବାକୁ ଯାଇଥିଲେ। ସେ ଗୁହାଳ ଘରେ ଫାସି ଲଗାଇଥିବା ପରିବାର ଲୋକ ସକାଳେ ଦେଖିବାକୁ ପାଇଥିଲେ। ପୋଲିସ ପକ୍ଷରୁ ଶବକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏସଂକ୍ରାନ୍ତରେ ରାକେଶଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ଏକ ଅପମୃତ୍ୟୁ ମାମଲା ୬/୨୬ରେ ରୁଜୁ କରାଯାଇଥିବା ଜଣାଯାଇଛି। ପୋଲିସ ପକ୍ଷରୁ ପ୍ରାଥମିକ ତଦନ୍ତ କରାଯିବା ସମୟରେ ରାକେଶଙ୍କ ପକେଟରୁ ଏକ ହାତ ଲେଖା ନୋଟ ଜବତ କରାଯାଇଛି। ସେ ଶିଖର ପଂଚାୟତର ଜୈନିକା ଯୁବତୀଙ୍କୁ ଭଲ ପାଇଥିବା ବେଳେ ଯୁବତୀଙ୍କ ପରିବାର ଲୋକ ତା’ର ଜାତିକୁ ନେଇ ତାଙ୍କୁ ଅଲଗା କରିଥିବା ନୋଟରେ ଦର୍ଶାଯାଇଛି। ଉକ୍ତ ଘଟଣାର ତଦନ୍ତ ଜାରି ରହିଥିବା ଥାନାଧିକାରି ଦେବାଶୀଷ ପଣ୍ଡା ସୂଚନା ଦେଇଛନ୍ତି। ଶୋକାକୂଳ ପରିବେଶରେ ରାକେଶଙ୍କ ଶବ ଗାଁ ଶ୍ମଶାନରେ ସଂପନ୍ନ କରାଯାଇଛି। ଦୁଇ ଭାଇଙ୍କ ମଧ୍ୟରେ ସେ ସାନ ପୁଅ ଥିବା ବେଳେ ଜଣେ ମେଧାବୀ ଛାତ୍ର ମଧ୍ୟ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ