ଜୋନାଲ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା

କେନ୍ଦୁଝର, (ପୂର୍ଣ୍ଣଚନ୍ଦ୍ର ମହାନ୍ତ): କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲରେ ଅଲ ଓଡିଶା ଆଇସିଏସ୍‌ଇ ତରଫରୁ ଜୋନାଲ ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ନିର୍ମଳା କନଭେଣ୍ଟ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ମେରିଏଟ ସ୍ୱାଗତ ଭାଷଣ ଦେବା ସହ ଖେଳର ଶୁଭାରମ୍ଭ କରିଥିଲେ । ଏହି ପ୍ରତିଯୋଗିତାରେ ବାଲେଶ୍ୱର ସେଣ୍ଟ ଭିନସେଣ୍ଟ କନଭେଣ୍ଟ ସ୍କୁଲ,ଭଦ୍ରକ କାରମେଲ ସ୍କୁଲ,ଯୋଡା ସ୍ଥିତ ସେଣ୍ଟ ଟେରେସା ସ୍କୁଲ,ବଡବିଲ ସ୍ଥିତ ସେଣ୍ଟ ମେରୀ ସ୍କୁଲ ଏବଂ କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ୧୯ ବର୍ଷରୁ କମ, ୧୭ ବର୍ଷରୁ କମ  ଏବଂ ୧୪ ବର୍ଷରୁ କମ ଏହିପରି ୩ଟି ବିଭାଗରେ ୨୫୫ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ୧୯ ବର୍ଷରୁ କମ ବରିଷ୍ଠ ବାଳକ ବିଭାଗରେ ନିର୍ମଳା କନଭେଣ୍ଟ ସ୍କୁଲ ଚମ୍ପିଆନ,ସେଣ୍ଟ ମେରୀ ସ୍କୁଲ ବଡବିଲ ରନର୍ସଅପ ସେହିପରି ୧୭ ବର୍ଷରୁ କମ ବର୍ଗର ବାଳକ ବିଭାଗରେ ନିର୍ମଳା କନଭେଣ୍ଟ ସ୍କୁଲ ଚମ୍ପିଆନ,ସେଣ୍ଟ ମେରୀ ସ୍କୁଲ ବଡବିଲ ରନର୍ସଅପ, ୧୭ ବର୍ଷରୁ କମ ବାଳିକା ବିଭାଗରେ ନିର୍ମଳା କନଭେଣ୍ଟ ସ୍କୁଲ ଚମ୍ପିଆନ,ସେଣ୍ଟ ମେରୀ ସ୍କୁଲ ବଡବିଲ ରନର୍ସଅପ, ୧୪ ବର୍ଷରୁ କମ ବାଳକ ବିଭାଗରେ ନିର୍ମଳା କନଭେଣ୍ଟ ସ୍କୁଲ ଚମ୍ପିଆନ,ସେଣ୍ଟ ମେରୀ ସ୍କୁଲ ବଡବିଲ ରନର୍ସଅପ, ୧୪ ବର୍ଷରୁ କମ ବାଳିକା ବିଭାଗରେ ସେଣ୍ଟ ମେରୀ ସ୍କୁଲ ବଡବିଲ ଚମ୍ପିଆନ,ସେଣ୍ଟ ଟେରେସା ସ୍କୁଲ ଯୋଡା ରନର୍ସଅପ ହୋଇଥିଲା । ନିର୍ମଳା କନଭେଣ୍ଟ ସ୍କୁଲର ପ୍ରିନ୍ସିପାଲ ସିଷ୍ଟର ମେରିଏଟ,ଭାଇସ ପ୍ରିନ୍ସିପାଲ ସିଷ୍ଟର ଟେସିନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଖେଳ ଆୟୋଜିତ ହୋଇଥିଲା । କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲର ଖେଳ ଶିକ୍ଷକଙ୍କ ସମେତ ବରିଷ୍ଠ ରେଫରୀମାନଙ୍କ ଦ୍ୱାରା ଖେଳ ପରିଚାଳନା ହୋଇଥିଲା । ଜୋନାଲ ସ୍ତରୀୟ ଖୋ ଖୋ ପ୍ରତିଯୋଗିତାରେ କୃତୀ ପ୍ରତିଯୋଗୀମାନେ ଚଳିତ ମାସ ୨୫ତାରିଖରେ କେନ୍ଦୁଝର ନିର୍ମଳା କନଭେଣ୍ଟ ସ୍କୁଲରେ ଅନୁଷ୍ଠିତ ହେବାକୁ ଥିବା ରିଜିଓନାଲ ଖୋ-ଖୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବୋଲି ଜଣାଯାଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ