ଆଜି ଠୁ ବୁଲିଲା କୃଷି ରଥ ପାଞ୍ଚଦିନ ବ୍ୟାପୀ କରିବ ସଚେତନତା
ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ଏକ କୃଷି ସଚେତନତା ରଥ ର ଶୁଭଆରମ୍ଭ ହୋଇଯାଇଛି, ଏହାକୁ ଛତ୍ରପୁର କୃଷି ଜ଼ିଲ୍ଲା ଅଧିକାରୀ କୁଳମଣି ବାରିକ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ, ଏହି କୃଷି ରଥ ୫ଦିନ ଧରି ଛତ୍ରପୁର ବ୍ଲକ ର ସମସ୍ତ ଗ୍ରାମପଂଚାୟତ ବୁଲି ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ପ୍ରଣୀତ ସମସ୍ତ ଯୋଜନାକୁ ପଥପ୍ରାନ୍ତ ନାଟକ ମାଧ୍ୟମରେ ଚାଷୀଙ୍କୁ ସଚେତନତା କରାଇବ, ଏହି କାର୍ଯ୍ୟକ୍ରମ ରେ ଗୋଷ୍ଠୀ କୃଷି ଅଧିକାରୀ ଚୌଧୁରୀ ସନମାର୍ଗ କର, କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ନୁନୁ ସେଠି, ଗ୍ରାମ୍ୟ କୃଷି କର୍ମଚାରୀ ବୈରାଗୀ ସ୍ୱାଇଁ, ମୌସୁମୀ ବେହେରା, ନିହାରିକା ପଣ୍ଡା, ରୋଜାଲିନ ପାତ୍ର, ବି ଟି ଏମ ସ୍ମୃତି ସ୍ମରଣିକା ସାହୁ, ଏ ଟି ଏମ ଗୋପୀନାଥ ଦାସ ଓ ସୋନାଲି ପ୍ରିୟଦର୍ଶିନୀ ମହାନ୍ତି ଉପସ୍ଥିତ ଥିଲେ