ଆତ୍ମାସୁରକ୍ଷା ତାଲିମ ଶିବିର ଉଦଘାଟିତ
ଚିକିଟୀ,(ପୁଷ୍ପାଞ୍ଜଳି ମିଶ୍ର):ପାତ୍ରପୁର ବ୍ଳକ ଖାରିଆ ଗୁଡା ଡୋକି ସନ୍ୟାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆତ୍ମା ସୁରକ୍ଷା ତାଲିମ ଶିବିର ଉଦଘାଟିତ ହୋଇଛି।ଏହି କାର୍ଯ୍ୟକ୍ରମ ପାଇଁ ଏକ ସଭା ଉଚ୍ଚ ବିଦ୍ୟାଳୟ ଅଧକ୍ଷ ଜି କୃତିବାସ ଜି କୃତିବାସ ଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇ ଥିଲା। ଏହି ସଭାରେ ପ୍ରୋଗ୍ରାମ ଅଧିକାରୀ ଅଧ୍ୟାପକ ଅନିଲ କୁମାର ଶତପଥୀ ଙ୍କ ସମେତ ସମସ୍ତ ଅଧ୍ୟାପକ ଯୋଗ ଦେଇ ଥିଲେ। ଆଠ ଦିନ ବ୍ୟାପି ଏହି ତାଲିମ ଶିବିର ଅନୁଷ୍ଠିତ ହୋଇ ଆସନ୍ତା ସତର ତାରିଖରେ ସମାପ୍ତ ହେବା। ଅତିଥି ମନେ ଛାତ୍ରୀ ମନେ କିପରି ନିଜର ସୁରକ୍ଷା କରି ପାରିବେ ସେ ସମ୍ପର୍କରେ ପ୍ରକାଶ କରିଥିଲେ। ତାଲିମ ଦାତା ଭାବେ ଅର୍ପିତା କୁମାରୀ ପାଢ଼ୀ ଏବଂ ନମିତା କୁମାରୀ ବେହେରା ଯୋଗ ଦେଇ ତାଲିମ ଦେବାକୁ ଥିବା ବେଳେ ଯୁକ୍ତ ଦୁଇ ର ୯୩ଜଣ ଛାତ୍ରୀ ତାଲିମ ନେବା କାର୍ଯ୍ୟକ୍ରମ ଥିବା ଅଧ୍ୟକ୍ଷ ପ୍ରକାଶ କରି ଛନ୍ତି।