ଆସିକାରେ ଏ୧ ଗ୍ରେଡ୍‍ ଆଶାୟୀ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି କର୍ମଶାଳା

ଆସିକା, (ଯୁଗାବ୍ଦ ନ୍ୟୁଜ):ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ୨୦୨୫ ମାଟ୍ରିକ ପରୀକ୍ଷା ଆସନ୍ତା ଫେବୃôୟାରୀ ମାସ ୨୧ ତାରିଖରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢା ଜୀବନରେ ମାଟ୍ରିକ ପରୀକ୍ଷାର ବେଶ୍‍ ଗୁରୁତ୍ୱ ରହିଛି । ମାଟ୍ରିକ ପରୀକ୍ଷା ବିଦ୍ୟାର୍ଥୀଙ୍କ ଜୀବନର ଏକ ମାଇଲ୍‍ଖୁଣ୍ଟ ସଦୃଶ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ଆସନ୍ତା ମାଟ୍ରିକ ପରୀକ୍ଷାକୁ ନେଇ ବିଦ୍ୟାର୍ଥୀ, ପିତାମାତା, ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ, ଗୁରୁଜନ, ଶିକ୍ଷା ବିଭାଗ ଓ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ମାଟ୍ରିକ ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ଧୈର୍ଯ୍ୟ, ସାହସ, ସହନଶୀଳତା, ନୈତିକତା ଓ ମାନବୀୟ ମୂଲ୍ୟବୋଧର ମୂଲ୍ୟାୟାନ କରାଯାଇଥାଏ । ମାଟ୍ରିକ ପରୀକ୍ଷାରେ ଭଲ ଫଳ ପ୍ରଦର୍ଶନ କରିବାକୁ ହେଲେ ଛାତ୍ରଛାତ୍ରୀମାନେ ପାଠ୍ୟକ୍ରମର ପ୍ରତ୍ୟେକ ବିଷୟକୁ ବାରମ୍ବର ବିଶ୍ଳେଷଣ କରିବାକୁ ପଡିଥ।।ଏ । ଗଂଜାମ ଜିଲ୍ଲାର ଧରାକୋଟ, ବୁଗୁଡା, ପୋଲସରା, ଆସିକା, କବିସୂର୍ଯ୍ୟନଗର ଅଞ୍ଚଳର ବିଭିନ୍ନ ହାଇସ୍କୁଲରେ ଗତ କିଛି ଦିନ ତଳେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଥିବା ମାଟ୍ରିକ ଛାତ୍ରଛାତ୍ରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଥିବା ସମ୍ମେଟିଭ୍‍ ଏସେସ୍‍ମେଣ୍ଟ-୧ ପରୀକ୍ଷାରେ ଯେଉଁ ଛାତ୍ରଛାତ୍ରୀମାନେ ୮୫ ପ୍ରତିଶତରୁ ଅଧିକ ମାର୍କ ରଖିଛନ୍ତି ସେମାନେ ଯେପରି ଆଗାମୀ ମାଟ୍ରିକ ପରୀକ୍ଷାରେ ଆହୁରି ଅଧିକ ମାର୍କ ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇପାରିବେ ତାହାକୁ ଦୃଷ୍ଟିରେ ରଖି ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଗୁରବାର ସ୍ଥାନୀୟ ହରିହର ହାଇସ୍କୁଲ ପରିସରରେ ମାଟ୍ରିକ ମନ୍ତ୍ର ସଂକ୍ରାନ୍ତୀୟ ଏ-୧ ଗ୍ରେଡ୍‍ ଆଶାୟୀ ଛାତ୍ରଛାତ୍ରୀଙ୍କ ଏକ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଆସିକା ହରିହର ହାଇସ୍କୁଲ ପରିସରରେ ଧରାକୋଟ, ବୁଗୁଡା, ପୋଲସରା, ଆସିକା, କବିସୂର୍ଯ୍ୟନଗର ଅଞ୍ଚଳର ବିଭିନ୍ନ ହାଇସ୍କୁଲର ପ୍ରାୟ ୮୦ ଜଣ ଏ-୧ ଗ୍ରେଡ୍‍ ଆଶାୟୀ ଛାତ୍ରଛାତ୍ରୀ ଏହି ଦକ୍ଷତା ବୃଦ୍ଧି କର୍ମଶାଳାରେ ଯୋଗଦେଇଥିଲା ବେଳେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ମୁନ୍‍ରାଣୀ ମହାନ୍ତି, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡା, ହରିହର ହାଇସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ପାଢୀ, ଆସିକା ସଦର ସିଆର୍‍ସିସି ଶିଶିରକାନ୍ତ ବେହେରା ପ୍ରମୁଖ ଯୋଗଦେଇ ଆଗାମୀ ୨୦୨୪ ମସିହା ମାଟ୍ରିକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା ଓ ମଙ୍ଗଳ ସାଙ୍ଗକୁ ଉଜ୍ଜଳ ଭବିଷ୍ୟତ କାମନା କରି ଦୃଢମନା ପରୀକ୍ଷା ଦେବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ଶିକ୍ଷା ବିଭାଗର ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏ-୧ ଗ୍ରେଡ୍‍ ଆଶାୟୀ ଛାତ୍ରଛାତ୍ରୀଙ୍କ ଏହି ଦକ୍ଷତାବୃଦ୍ଧି କର୍ମଶାଳା ବିଦ୍ୟାର୍ଥୀଙ୍କ ମନୋବଳ ବୃଦ୍ଧି ଦିଗରେ ବେଶ୍‍ ସହାୟକ ହୋଇପାରିବ ବୋଲି ବୁଦ୍ଧିଜୀବୀ ଓ ସଚେତନ ନାଗରିକ ମହଲରେ ଆଲୋଚିତ ହେଉଥିବା ଲକ୍ଷ୍ୟ କରାଯାଇଛି । ଆସିକା ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ଦକ୍ଷତାବୃଦ୍ଧି କର୍ମଶାଳାରେ ଏ-୧ ଗ୍ରେଡ୍‍ ଆଶୀୟୀ ଛାତ୍ରଛାତ୍ରୀମାନଙ୍କୁ ଇଂରାଜୀ, ଓଡିଆ, ବୀଜଗଣିତ, ଜ୍ୟାମିତି, ଜୀବବିଜ୍ଞାନ, ଭୌତିକ ବିଜ୍ଞାନ, ଇତିହାସ ଓ ଭୂଗୋଳ ପାଠ୍ୟକ୍ରମ ବିଷୟରେ ବରିଷ୍ଠ ଶିକ୍ଷୟିତ୍ରୀ ଯୋଗିତା ପାଣିଗ୍ରାହୀ, ଶିକ୍ଷକ ରାମଚନ୍ଦ୍ର ପ୍ରଧାନ, ଲାଲ୍‍ମୋହନ ସାହୁ, ପିକେପି ମହାପାତ୍ର, ସୁଜାତା ପ୍ରଧାନ, ବିଶ୍ୱଜିତ୍‍ ନାୟକ, ପି.ଅରୁଣା, ବିଷ୍ଣୁପ୍ରିୟା ପତିଙ୍କ ସମେତ ବହୁ ଅଭିଜ୍ଞ ଶିକ୍ଷକ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ