ଆସିକା ଏନଏସି କାଉନସିଲର ସ୍ୱତନ୍ତ୍ର ବୈଠକ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାଉନସିଲର ସ୍ୱତନ୍ତ୍ର ବୈଠକ ବୁଧବାର ନଗରପାଳିକା ବିନେତା ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଏନ୍‍ଏସି କାର୍ଯ୍ୟାଳୟ ପରିସରରେ ଅନୁଷ୍ଟିତ ହୋଇଯାଇଛି । ଏହି ବୈଠକରେ ଉପନଗରପାଳିକା ଜୟନ୍ତୀ ବିଷୋୟୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକାନାଥ ବେଜ୍ ମଞ୍ଚାସୀନ ଥିଲା ବେଳେ ମହାଲେଖାଗାର ଭୁବନେଶ୍ୱରଙ୍କ ହିସାବତନଖି ବିବରଣୀ ୨୦୨୩-୨୪ ଅନୁଯାୟୀ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହାର ଅନୁପାଳନ ବିବରଣୀ ଯଥାଶୀଘ୍ର ପ୍ରେରଣ କରିବା ପାଇଁ ଦେଇଥିବା ନିର୍ଦ୍ଦେଶ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାଉନସିଲ୍‌ର ଏହି ବୈଠକରେ କାଉନସିଲର ସରୋଜ କୁମାର ଭଂଜ, ନିଗମାନନ୍ଦ ମହାନ୍ତି, ରାଘବ ସିୟ, ସରୋଜ କୁମାର ଭଂଜ, ଭାସ୍କର ବେହେରା, ନିରଂଜନ ଜେନା, ମଦନ ମୋହନ ନାୟକ, ପ୍ରଦୀପ କୁମାର ଗୌଡ, ସଂଯୁକ୍ତା ଶତପଥୀ, ବନ୍ଦିତା ପ୍ରଧାନ, ବିଜୟଲକ୍ଷ୍ମୀ ବେହେରା, ଦୁର୍ଗାବାଇ ବୈଠାରୁ, ଏନ୍‍ଏସିର ସହକାରୀ ଯନ୍ତ୍ରୀ ଇଂ ଲକ୍ଷ୍ମୀ ସିଂ ଓ ପ୍ରଦୀପ୍ତ ରଂଜନ ଦାଶ, ମ୍ୟୁନିସିପାଲ୍‍ ଯନ୍ତ୍ରୀ ଇଂ ପ୍ରମୋଦ କୁମାର ପାଢୀଙ୍କ ସମେତ ବହୁ କାଉନସିଲର ଓ ବିଭିନ୍ନ ବିଭାଗର ପଦାଧିକାରୀ ମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସହରବାସୀଙ୍କ ଆଶା ଓ ଭରସା ପୂରଣ କରିବା ପ୍ରତ୍ୟେକ କାଉନସିଲରଙ୍କ ପ୍ରଥମ ଲକ୍ଷ୍ୟ ହେବା ଆବଶ୍ୟକ ହୋଇଥିବା ବେଳେ ଆସିକା ଏନଏସିର ନିର୍ବାଚିତ କାଉନସିଲର ମାନେ ସହରର ଜନସାଧାରଣଙ୍କ ସେବାରେ ନିଜକୁ ନିଃସ୍ୱାର୍ଥପର ଭାବେ ନିୟୋଜିତ ରଖି ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ କରିବାକୁ ଆହ୍ୱାନ କରି ସହରର ବିକାଶ ପାଇଁ ପରସ୍ପର ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ଏନଏସି ର ନଗରପାଳିକା ବିନେତା ସ୍ୱାଇଁ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ୍ ପରାମର୍ଶ ଦେଇଥିଲେ । ଆସିକା ବିଜ୍ଞାପିତ ଅଞ୍ଚଳ ପରିଷଦ କାଉନସିଲର ଏହି ସ୍ୱତନ୍ତ୍ର ବୈଠକକୁ ସୁପରିଚାଳନା କରିବା ଦିଗରେ ଏନଏସି କର୍ମଚାରୀ ହରଜିତ୍‍ ସାଠୁଆ, କିଶୋର ଚନ୍ଦ୍ର ପାଣିଗ୍ରାହୀ, ସୁଚିତ୍ରାରାଣୀ ତ୍ରିପାଠୀ, ଦୀପକ କୁମାର ଗୌଡ, ରାଜେନ୍ଦ୍ର କୁମାର ମିଶ୍ର, ଗୌତମ ସ୍ୱାଇଁ, ଭଗବାନ ସାହୁ, ଅଜିତ୍‍ କୁମାର ପଟ୍ଟନାୟକ, ପୂଜାରାଣୀ ପାଢୀ, ଶ୍ରୀନିବାସ ସାହୁ, ଶେଖ୍‍ ଅବଦୁଲ୍‍, ହରିହର ରଣା, ସୁମନ୍ତ କୁମାର ସେନାପତି, ଜଗନ୍ନାଥ ବେହେରା, ମନୋଜ କୁମାର ଗୌଡଙ୍କ ସମେତ ସମସ୍ତ କର୍ମଚାରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ