ଇପିଏଫ ଦ୍ଵାରା ଜାରି ବର୍ଦ୍ଧିତ ପେନସନ୍ ପାଇଁ ଜ୍ଞାପନ ପ୍ରଦାନ
ବରଗଡ଼, (ଯୁଗାବ୍ଦ ନ୍ୟୁଜ):ସୋମବାର ଦିନ ବରଗଡ଼ ଏସିସି ସିମେଣ୍ଟ କାରଖାନାର ଅବସରପ୍ରାପ୍ତ କର୍ମଚାରୀ ମାନେ ଶ୍ରୀଯୁକ୍ତ ସତ୍ୟ ନାରାୟଣ ପଣ୍ଡାଙ୍କ ଆହ୍ୱାନ କ୍ରମେ ତଥା ବିକ୍ରମାଦିତ୍ୟଙ୍କ ମିଶ୍ର, ଗୋବିନ୍ଦ ଦାଶ ଓ ଦେବୀ ପଟ୍ଟନାୟକ ଙ୍କ ନେତୃତ୍ବରେ ଏକତ୍ରିତ ହୋଇ କାରଖାନାର ଅଧିକାରୀମାନଙ୍କୁ ଭେଟି ଇପିଏଫ୍ ଦ୍ଵାରା ଜାରି ବର୍ଦ୍ଧିତ ପେନ୍ସନ୍ ଆପ୍ଲିକେସନ ଫର୍ମ କୁ ଶୀଘ୍ର ଇପିଏଫ୍ ଅଫିସ୍ କୁ ଫର୍ୱାର୍ଡ କରିବା ପାଇଁ ଏକ ଜ୍ଞାପନ ପ୍ରଦାନ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଲଳିତ କୁମାର ସାହୁ,ଚନ୍ଦ୍ର ଶେଖର କାଲିଆ, ଦୟାନିଧି ପ୍ରଧାନ, ଲୋକନାଥ ଆଚାର୍ଯ୍ୟ, ବିନୋଦ ବିହାରୀ ପଣ୍ଡା ,ବିଶ୍ଵ ନାରାୟଣ ମିଶ୍ର ,ଅଶୋକ କୁମାର ପ୍ରଧାନ,ନିରୋଜ ବିଶ୍ବାଳ, ପ୍ରଦୀପ ସାହୁ, ଯୋଗେଶ୍ୱର ସୁପକାର, ଗଣେଶ ପାଣିଗ୍ରାହୀ, ସୁଧୀର ଦାଶ,ଚେମରୁ ସାହୁ,ତଥା ଆହୁରି ଶତାଧିକ କର୍ମଚାରୀ ଯୋଗ କରିଥିଲେ !