ଏଥର ହାଟସାହିରେ ଚମକିବ ରାୟପୁର ଧମାଲ ବାଜା

ଭୁବନେଶ୍ୱର,(ୱାଏନଏସ):ଧରାପୃଷକୁ ଆସିଛନ୍ତି ମା, ଚଳଚଞ୍ଚଳ ହୋଇଉଠିଛି ରାଜଧାନୀ, ଚାରିଆଡେ ପାର୍ବଣର ମହକ ଆରମ୍ବ ହୋଇଯାଇଛି ଖୁସିର ମାହୋଲ, ସ୍ଥାନୀୟ କlରିଗରଙ୍କୁ ନେଇ ମୂର୍ତ୍ତି ଗଢିବା ଠାରୁ ଆରମ୍ବକରି ତୋରଣ ନିର୍ମାଣ ସହ ଆଲୋକମାଳା ରେ ସଜେଇ ହୋଇଛି ଦେବି ମଣ୍ଡପ, ପୁରୁଣା ଭୁବନେଶ୍ୱରର ହାଟସାହି ଦୁର୍ଗାପୂଜା ବହୁ ପୁରାତନ, ପୂଜାସମିତିର ୪୦୦ ସହ ସଭ୍ୟଙ୍କ ସହଯୋଗରେ ପୂଜା ଶୁଙ୍ଖଳିତ ଭାବେରେ ପାଳିତ ହୋଇଆସୁଛି. ଏଠାରେ ମହାଅଷ୍ଟମିରେ ଆମିଷ ଭୋଗ ଲାଗି ହୋଇଥାଏ. ଉକ୍ତ ଭୋଗକୁ କମିଟିର ସମସ୍ତସଭ୍ୟ ଓଭକ୍ତ ମାନଙ୍କୁ ବଣ୍ଟାଯାଏ, ଏହା ବ୍ୟତୀତ ପ୍ରତିବର୍ଷ ସମିତିର ୫ଜଣ ସଭ୍ୟଙ୍କୁ ସମ୍ବର୍ଦ୍ଧନା କରାଯାଇଥlଏ, ମା ଙ୍କ ଅଳଙ୍କାର ଚାନ୍ଦିରେ ନିର୍ମାଣ ହୋଇଛି, ଚଳିତ ବର୍ଷ ପୂଜାରେ ୧୦ ଲକ୍ଷଟଙ୍କା ଖର୍ଚ କରା ଯାଉଛି, ଭସାଣି ଉତ୍ସାବକୁ ଅଧିକ ଆକର୍ଷଣ କରିବାପାଇଁ କମିଟି ତରଫୁରୁ କଟକରୁ ବ୍ୟlଣ୍ଡ ପାର୍ଟି, ସୋନପୁରରୁ ଘଂଣ୍ଟ, ଝୁନାଗଡ଼ର ମାଦଳ ବାଜା,କେଉଁଝରର କଳସ, ଭାଞ୍ଜନଗରର ଘୋଡା ନୁତ୍ୟ , କୋରାପୁଟର ସିଂହ ବାଜା, ଶୋଭା ଯାତ୍ରାରେ ପରିବେଷଣ କରିବାକୁ ସ୍ଥିର ହୋଇଥିବା କମିଟିର ସଭାପତି ରାଜେନ୍ଦ୍ର ସମର୍ଥ ସମ୍ପାଦକ ବିଜେନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ