ଏନଡିୟୁଜେ ର ସାଧାରଣ ପରିଷଦ ବୈଠକ ଓ ନୂତନ କର୍ମ କର୍ମକର୍ତ୍ତା ଚୟନ

ନୂଆପଡା, (ଯୁଗାବ୍ଦ ନ୍ୟୁଜ):ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଡାକ ବଙ୍ଗଳା ଠାରେ ଆଜି ନୂଆପଡା ଡିଷ୍ଟ୍ରିକ ୟୁନିଅନ ଅଫ ଜର୍ଶାଲିଷ୍ଠ ଆସୋସିଏସନ (ଏନଡିୟୁଜେ)ର ସାଧାରଣ ପରିଷଦ ବୈଠକ ସାଙ୍ଗକୁ ନୂତନ କର୍ମକର୍ତ୍ତା ସର୍ବ ସମ୍ମତି କ୍ରମେ ମନୋନୀତ ହୋଇଯାଇଛି । ସଙ୍ଘ ର ସଭାପତି ସୁଶାନ୍ତ କର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ରୂପେ ଓୟୁଜେ ରାଜ୍ୟ ସାଧାରଣ ସମ୍ପାଦକ କମ୍ବୁପାଣି ମିଶ୍ର ଯୋଗଦାନ କରିଥିବା ବେଳେ, ସମ୍ମାନିତ ଅତିଥି ରୂପେ ଓୟୁଜେ ବଲାଙ୍ଗିର ଶାଖା ସଭାପତି ବଦ୍ରି ନାରାୟଣ ମିଶ୍ର ଓ ନୂଆପଡା ଜିଲା ପର୍ଯ୍ୟବେକ୍ଷକ ଭାବରେ ଋତୁରାଜ ସିଂ ଦେଓ ବୈଠକରେ ଯୋଗଦେଇ ସଂଗଠନ ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଜିଲାର ସମସ୍ୟା କୁ ଲୋକଲୋଚନ ଆଣିବା ସହ ପ୍ରଶାସନ ପାଖରେ ସମାଧାନ ବାଟ ଫିଟାଇବା କାର୍ଯ୍ୟ କରୁଛନ୍ତି । ଏହି କ୍ରମରେ ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତା ମନୋନିତ କରି ଜିଲ୍ଲା ସଭାପତି ରୂପେ ଶୂଭ୍ରାଂଶୁ କୁମାର ନାଏକ, ସାଧାରଣ ସମ୍ପାଦକ ମକାରୁ ବେମାଲ, ଉପସଭାପତି ମୃତ୍ୟୁଞ୍ଜୟ ପଣ୍ଡା, ସହସମ୍ପାଦକ ଭାଗ୍ୟବାନ ମାଝି ଓ କୋଷାଧ୍ୟକ୍ଷ ସତ୍ୟବ୍ରତ ସଡଙ୍ଗିଙ୍କୁ ମନୋନୀତ କରିଛନ୍ତି। ପଞ୍ଚ ଗୋଟି ବ୍ଲକ୍ ରେ ପାଞ୍ଚ ଗୋଟି ବ୍ଲକ ସଭାପତି ମନୋନୀତ ହୋଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ