ଓଏଏସ ପରୀକ୍ଷାରେ ସଫଳତା ପାଇଁ ଅମ୍ବିକାଙ୍କୁ’ ମାସ୍’ ପକ୍ଷରୁ ସମ୍ବର୍ଦ୍ଧନା

ବାଲେଶ୍ବର, (ସରୋଜ ପଣ୍ଡା):ସଫଳତା ପାଇଁ କଠିନ ପରିଶ୍ରମ ବିନା ଅନ୍ୟ କୌଣସି ସହଜ ମାର୍ଗ ନାହିଁ । ସମୟନିଷ୍ଠ ଓ ନିୟମନିଷ୍ଠ ହୋଇ ନିୟମିତ ଅଧ୍ୟୟନରେ ବ୍ରତୀ ରହିଲେ ଡେରିରେ ହେଲେ ବି ସଫଳତା ନିଶ୍ଚିତ ରୂପେ ଧରାଦିଏ ବୋଲି ଚଳିତ ବର୍ଷ ଓଏଏସ୍ ପରୀକ୍ଷାରେ ୨୧ ନମ୍ବର ସ୍ଥାନରେ ରହି ସଫଳତା ଅର୍ଜନ କରିଥିବା ଅମ୍ବିକା ଭୂୟାଁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ସାମାଜିକ ସଂଗଠନ ‘ମାନବ ଅଧିକାର ସୁରକ୍ଷା ସଂସଦ'(ମାସ୍) ପକ୍ଷରୁ ଅମ୍ବିକାଙ୍କୁ ଦିଆଯାଇଥିବା ସମ୍ବର୍ଦ୍ଧନାର ଉତ୍ତର ଦେଇ ସେ ତାଙ୍କ ସଫଳତାର ଶ୍ରେୟ ନିଜ ବାପାମାଆ, ଶିକ୍ଷକଙ୍କୁ ଦେଇଥିବା ବେଳେ ଈଶ୍ବରଙ୍କର ଓ ଗୁରୁଜନମାନଙ୍କର ଆଶୀର୍ବାଦ ହିଁ ତାଙ୍କୁ ଏହି ସଫଳତା ଆଣିଦେଇଛି ବୋଲି ସେ କହିଛନ୍ତି । ଆଜିମାବାଦସ୍ଥିତ ‘ବହିଘର ଲାଇବ୍ରେରୀ’ଠରେ ‘ମାସ୍’ର ସଭାପତି ଅଭୟ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ଅମ୍ବିକାଙ୍କ ବାପା ଗୋପିନାଥପୁରର ପଞ୍ଚାୟତ ହାଇସ୍କୁଲର ପ୍ରଧାନଶିକ୍ଷକ ତଥା ଶିକ୍ଷକନେତା ହରିପଦ ଭୂୟାଁ ଏବଂ ତାଙ୍କ ବଡ଼ଭାଇ ଊମାଶଙ୍କର ଭୂୟାଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହା ଭିନ୍ନ କବି ଡକ୍ଟର କାଳୀପଦ ପଣ୍ଡା, ରତ୍ନାକାର ଟାଉନ୍ ହାଇସ୍କୁଲର ପ୍ରଧାନଶିକ୍ଷକ ବିନୋଦ ବିହାରୀ ପଣ୍ଡା, ସାହିତ୍ୟିକ ରମେଶ ଜେନା, ଶିବଶଙ୍କର ସାହୁ, ଯତୀନ୍ଦ୍ର ପୁହାଣ, ‘ମାସ୍’ର କୋଷାଧ୍ୟକ୍ଷ ଦିଲ୍ଲୀପ ଦାସ, ସଦସ୍ୟ ବିଜୟ ଦାସ ଅଧିକାରୀ, ମଞ୍ଜୁଲତା ବଳ,ପ୍ରଣିତା ମିଶ୍ର, ଚିତ୍ତରଞ୍ଜନ ଦାସ,ନିକୁଞ୍ଜ କିଶୋର ମହାନ୍ତି, ଅଶୋକ କୁମାର ଦାସ, ଲଳିତ ଦାସ, ଓମ୍ ପ୍ରୟାସ,ରବୀନ୍ଦ୍ର ଦାଶ,ବିଦ୍ୟାଧର ସେଠୀ,ମିନତି ଦାସ,ସୀତାନାଥ ଦାସ , ଜୁମର ପାତ୍ର ଓ ଅଧ୍ୟାପିକା ରାଜଶ୍ରୀ ପ୍ରମୁଖ ସମ୍ବର୍ଦ୍ଧନା ଓ ଆଶୀର୍ବଚନ ପ୍ରଦାନ କରିଥିଲେ । ଶେଷରେ ସଂଗଠନର ସାଧାରଣ ସଂପାଦକ ଦେବାଶିଷ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ