ଓଡ଼ିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘର ଦାବୀ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଖୋର୍ଦ୍ଧା ଜିଲ୍ଲା ଗ୍ରାମ ପଞ୍ଚାୟତ କର୍ମଚାରୀ ପଅନ ମହାସଂଘ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ବୈଠକ ରାଜ୍ୟ ସଂଘର ସାଧାରଣ ସମ୍ପାଦକ ସୁବ୍ରତ କୁମାର ରାଉଳଙ୍କ ନେତୃତ୍ୱରେ ଜିଲ୍ଲାର ମୋଟ ୧୦ ଗୋଟି ବ୍ଲକ ଅଧିନରେ ଥିବା ୧୯୦ଗୋଟି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ମାନଙ୍କରେ କାର୍ଯ୍ୟ କରୁଥିବା ପିଅନ କର୍ମଚାରୀମାନଙ୍କୁ ନେଇ ପୁରୁଣା ଭୁବନେଶ୍ୱରସ୍ଥ ଡାଲମିଆ ଧର୍ମଶାଳାଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟତଃ କର୍ମଚାରୀ ମାନଙ୍କର ଦୀର୍ଘବର୍ଷର ପୁରୁଣା ୧୦ଗୋଟି ପ୍ରମୁଖ ମୌଳିକ ଦାବୀ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଭାଗୀୟ ପଞ୍ଚାୟତିରାଜ ମନ୍ତ୍ରୀ, ଶ୍ରମ ଓ ନିୟୋଜନ, ଆଇନ ମନ୍ତ୍ରୀ ଏବଂ ସମସ୍ତ ନିର୍ବାଚନ ମଣ୍ଡଳୀର ମାନ୍ୟବର ଜନପ୍ରତିନିଧି, ବିଧାୟକ ଓ ବିଧାୟିକାବୃନ୍ଦ ଏବଂ ସମ୍ମାନୀୟ ମୁଖ୍ୟ ଶାସନ ସଚିବ, ଓଡ଼ିଶା ସରକାର, ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ, ନିର୍ଦ୍ଦେଶକଙ୍କ ନିକଟରେ ଦାବୀ ଉପସ୍ଥାପନ କରାଯାଇଛି । ଦାବୀଗୁଡ଼ିକ ମଧ୍ୟରେ ୬୭୯୪ ଗ୍ରାମ ପଞ୍ଚାୟତମାନଙ୍କରେ ଗୋଟିଏ ଲେଖାଏଁ ପିଅନ ପଦବୀ ସୃଷ୍ଟି କରିବା, ପଞ୍ଚାୟତିରାଜ ବିଧିବ୍ୟବସ୍ଥାରେ ସ୍ଥାୟୀ ନିଯୁକ୍ତି ସହ ନିୟମିତ ଦରମା ପ୍ରଦାନ କରିବା, ଏମାନଙ୍କ ପାଇଁ ଅର୍ଥ ବିଭାଗରେ ସ୍ୱତନ୍ତ୍ର ଅର୍ଥ ବା ବଜେଟର ବ୍ୟବସ୍ଥା କରିବା, ଓଡ଼ିଶା ଗ୍ରାମ ପଞ୍ଚାୟତ ୨୦୧୪ ମସିହା ୧୨୫ ନିୟମ ଓ ୧୯୬୪ ମସିହା ୧୨୩ ଆଇନକୁ ବିଧାନସଭାରେ ଉପସ୍ଥାପନ କରାଯାଇ ସଂଶୋଧନ କରିବା, ଚାକିରି କ୍ଷେତ୍ରରେ ସାମାଜିକ ସୁରକ୍ଷା ପ୍ରଦାନ, ଶିକ୍ଷାଗତ ଯୋଗ୍ୟତା ଅନୁସାରେ ପଦୋନ୍ନତି ଦେବା, ପଞ୍ଚାୟତରେ କାର୍ଯ୍ୟରତ ପିଅନମାନଙ୍କୁ ସରକାରଙ୍କ ଧାର୍ଯ୍ୟ ଦୈନିକ ସର୍ବନିମ୍ନ ମଜୁରୀ ୫୫୦ଟଙ୍କା ହାରରେ ପ୍ରଦାନ କରିବା, ଇ-ଗଭର୍ଣ୍ଣାନ୍ସ ପୋର୍ଟାଲ ପି.ଆର ବିଭାଗରେ କର୍ମଚାରୀଙ୍କ ସବିଶେଷ ତଥ୍ୟ ତାଲିକାକୁ ପଞ୍ଜିକରଣ କରିବା, ପ୍ରତି ମାସରେ ପିଅନମାନଙ୍କୁ ଅନଲାଇନରେ ଦରମା ପ୍ରଦାନ କରିବା ଭଳି ଦାବିଗୁଡ଼ିକ ବୈଠକରେ ଉପସ୍ଥାପନ କରାଯାଇଛି ।ପ୍ରକାଶଥାଉକି, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ସମସ୍ତ ଉନ୍ନୟନ ଯୋଜନାକୁ ପଞ୍ଚାୟତ ମାନଙ୍କରେ କାର୍ଯ୍ୟକାରୀ ହେଉଅଛି । ଏହି ଯୋଜନା କାର୍ଯ୍ୟ ଗୁଡ଼ିକରେ ପଞ୍ଚାୟତ ପିଅନମାନେ ସମ୍ପୂର୍ଣ୍ଣ ଗୁଣାତ୍ମକ ସେବା ପଞ୍ଚାୟତରେ, ବସବାସ କରୁଥିବା ଜନସାଧାରଣମାନଙ୍କୁ ସେବା ଯୋଗାଇ ଆସୁଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତିରାଜ ବିଧି ବ୍ୟବସ୍ଥାରେ ତୃଣମୂଳସ୍ତରରେ ପଞ୍ଚାୟତ ହେଉଛି ମୁଖ୍ୟ ଅଙ୍ଗ ଓ “ମିନି ସଚିବାଳୟ” ଯାହାକି ଜନସାଧାରଣଙ୍କ ଅଶା ଓ ଆକାଂକ୍ଷା ସୂରଣ କରିବାର ମୂଳ ଅନୁଷ୍ଠାନ । ମାତ୍ର ପଞ୍ଚାୟତରେ ପିଅନ ପଦବୀ ଅଛି, କିନ୍ତୁ ସରକାରୀ ମାନ୍ୟତା ନାହିଁ । ଦିନକୁ ଦିନ ପଞ୍ଚାୟତରେ ଯଥେଷ୍ଟ କାର୍ଯ୍ୟଭାର ବୃଦ୍ଧିପାଇଛି, ଏଥିଲାଗି ମାନବ ସମ୍ବଳର ଯଥେଷ୍ଟ ଆବଶ୍ୟକତା ରହିଛି । ଏବଂ ନିଶ୍ଚିତ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନର ଆବଶ୍ୟକତା ରିହଛି ଓ ପିଅନର କାର୍ଯ୍ୟ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଅଟେ । ପିଅନ କର୍ମଚାରୀମାନେ ଭିନ୍ନ ଭିନ୍ନ ପଞ୍ଚାୟତମାନଙ୍କରେ ସ୍ୱଳ୍ପ ପାରିଶ୍ରମିକ ପାଉଛନ୍ତି । କେଉଁଠି ମାସକୁ ୫୦୦/୧୦୦୦ ଟଙ୍କା ଓ କେଉଁଠି ୨୦୦୦ ଟଙ୍କା ପାଉଛନ୍ତି । ଏହା ପୁଣି ଠିକ୍ ସମୟରେ ପଞ୍ଚାୟତରେ ମିଳେନାହିଁ । କାରଣ ପଞ୍ଚାୟତମାନଙ୍କରେ ଯଥେଷ୍ଟ ଆଭ୍ୟନ୍ତରୀଣ ନାହିଁ । ଯେହେତୁ ବିଭିନ୍ନ ରାଜନୈତିକ ଗୋଷ୍ଠୀ କନ୍ଦଳ ହେତୁ ପଞ୍ଚାୟତ ସମ୍ପତ୍ତି ନିଲାମ ହୋଇପାରୁ ନାହିଁ । ଏଣୁ ଙ.ଝ.ଜ (ଙଙ୍ଗଦ୍ଭ ଝକ୍ଟଙ୍କକ୍ସମର କ୍ଟଲ ଜରଙ୍ଖରଦ୍ଭଙ୍କର) ଯଥେଷ୍ଟ ଭାବରେ ଏରଦ୍ଭରକ୍ସବଗ୍ଧର ହେଉନାହିଁ । ଏହାକୁ ପୂର୍ବ ସରକାର ଉପଲବ୍ଧି କରି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ପଞ୍ଚାୟତିରାଜ ବିଭାଗରୁ ଏକ କଣ୍ଟିଜେନ୍ସ ଫଣ୍ଡ ମାଧ୍ୟମରେ ଅତିରିକ୍ତ ସହାୟତା ତା ୦୭.୦୨.୨୦୨୪ରିଖ ପତ୍ର ସଂଖ୍ୟା ୩୨୨୮ ଆଦେଶ ପତ୍ରରେ ପ୍ରତ୍ୟେକ ପଞ୍ଚାୟତକୁ ୧୦୦୦ (ଏକ ହଜାର ଟଙ୍କା) ଲେଖାଏଁ ପ୍ରଦାନ କରିଛନ୍ତି । ତାହା ପୁଣି ସମୁଦ୍ରକୁ ଶଙ୍ଖେ ସଦୃଶ । ଏପିରିକି ଚିଠିଟିରେ କୌଣସି ସ୍ୱତନ୍ତ୍ରତା ନାହିଁ । ଏଣୁ ଏହି ଚିଠିକୁ ରାଜ୍ୟ ସରକାର ପୁନର୍ବାର ମୋଡ଼ିଫିକେଶନ କରି ପିଅନ ପଦବୀ ଉଲ୍ଲେଖ କରିବା ନିମନ୍ତେ ସଂଘ ପକ୍ଷରୁ ଦାବି କରାଯାଇଛି । ଆଦେଶ ପତ୍ରରେ ପିଅନ ଉଲ୍ଲେଖ କରାଗଲେ ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀମାନେ ଏହି କଣ୍ଟିଜେଣ୍ଟ ଅତିରିକ୍ତ ସହାୟତା ରାଶି ପ୍ରଦାନ କରିବାରେ କର୍ମଚାରୀମାନଙ୍କୁ ଦ୍ୱନ୍ଦ୍ୱରେ ପଡ଼ିବେ ନାହିଁ । ଯାହାକି ଚିଠିଟି ମୋଡ଼ିଫିକେଶନ କରାଯାଇ କ୍ଲାରିଟ ରଖାଯିବା ନିମନ୍ତେ ସଂଘ ପକ୍ଷରୁ ଦାବି କରାଯାଇଛି ।ଉକ୍ତ ସଭାରେ ରାଜ୍ୟ ସଭାପତି ରବିନ୍ଦ୍ର ସେନାପତି, କୋଷାଧ୍ୟକ୍ଷ ଶିବକୃଷ୍ଣ ବେହେରା, କାର୍ଯ୍ୟକାରୀ ସଭାପତି ସନାତନ ପ୍ରଧାନ, ଜିଲ୍ଲା ସଭାପତି ରାକେଶ ନାୟକ, ଜିଲ୍ଲା ସମ୍ପାଦକ ନାରାୟଣ ବେହେରା, ପାର୍ବତୀ ସ୍ୱାଇଁ, ନୀଳମଣି ବାରିକ, କ୍ଷୀରୋଦ ବେହେରା, ବେଣୁଧର ମହାରଣା, ଦିଲ୍ଲୀପ ବେହେରା, ଅରୁଣ ପଲେଇଙ୍କ ସମେତ ବିଭିନ୍ନ ବ୍ଲକ ସଂଘର ସଭାପତି, ସମ୍ପାଦକ, କୋଷାଧ୍ୟକ୍ଷ ଶତାଧିକ କର୍ମଚାରୀ ଉପସ୍ଥିତ ଥିଲେ । ଯଦି ରାଜ୍ୟ ସରକାର ଦାବି ଗୁଡ଼ିକୁ ପୂରଣ ନକରନ୍ତି, ତେବେ ବାଧ୍ୟ ହୋଇ ସାରା ଓଡ଼ିଶାର ୬୭୯୪ ଗ୍ରା.ପ ମାନଙ୍କରେ କାର୍ଯ୍ୟ କରୁଥିବା ପିଅନମାନଙ୍କ ସମେତ ସପରିବାରବର୍ଗ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ । ଯେହେତୁ ଓଡ଼ିଶାର ସମସ୍ତ ଗ୍ରାମ ପଞ୍ଚାୟତ ପିଅନମାନଙ୍କ ସମେତ ସପରିବାରବର୍ଗଙ୍କ ମଧ୍ୟରେ ପୁଞ୍ଜିଭୂତ ଅସନ୍ତୋଷ ସୃଷ୍ଟି ହୋଇଛି ।