କବିସୂର୍ଯ୍ୟ ସ୍ମୃତିକମିଟି ପକ୍ଷରୁ ଆଲୋଚନା ସଭା ଜନ୍ମସ୍ଥାନକୁ ନେଇ ପ୍ରତିକ୍ରିୟା

ଦିଗପହଣ୍ଡି,(ଅଳକ ନାଥ ମିଶ୍ର):ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ଶନିବାର ଦିଗପହଣ୍ଡି ସ୍ଥିତ କବିସୂର୍ଯ୍ୟ ସ୍ମୃତି କମିଟି ପକ୍ଷରୁ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।ଆଇନଜିବୀ କୁରେଶୁ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ସରପଞ୍ଚ ବିଦ୍ୟାଧର ମହାପାତ୍ର ଅଧ୍ୟକ୍ଷତା କରିଥିଲେ। ଦିଗପହଣ୍ଡି ବିଡ଼ିଓ ଡ଼.ଚିତ୍ତରଞ୍ଜନ ଦାସ, ଗବେଷକ ଡ଼.ଅନନ୍ତ ରାମ କର କୌଣ୍ଡନ୍ୟ, ଖେମୁଣ୍ଡି ଓକିଲ ସଂଘ ସଭାପତି ହରପ୍ରସାଦ ରଥ, ନବୀନ ପତ୍ରିକା ସମ୍ପାଦକ ରବି ରଥ, ନୋଟାରି ହୃଦୟ ରଞ୍ଜନ ମେକାପ, ଲୋକନୃତ୍ୟ ନିର୍ଦ୍ଦେଶକ ସନ୍ତୋଷ କୁମାର ପାଢ଼ୀ, ବ୍ଲକ ଜିପିଓ ଉମେଶ ସେଠୀ ପ୍ରମୁଖ ମଞ୍ଚାସିନ ଥିଲେ। ଓଡ଼ିଆ ସାହିତ୍ୟ ଜଗତକୁ ଉଦ୍ଭାସିତ କରିଥିବା କବିସୂର୍ଯ୍ୟ ବଳଦେବ ରଥ କବିସୂର୍ଯ୍ୟନଗର ଆଠଗଡ଼ ନୁହେଁ ତତ୍କାଳୀନ ବଡ଼ଖେମୁଣ୍ଡି ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଡ଼. ଅନନ୍ତରାମ କର ସଂଗୃହିତ କରିଥିବା ବହୁ ପୁରାତନ ପୁସ୍ତକ, ପୂର୍ଣ୍ଣଚନ୍ଦ୍ର ଭାଷାକୋଷ, ବହୁ ଐତିହାସିକ ଗବେଷକଙ୍କ ଲିଖିତ ପୁସ୍ତକ ଉପସ୍ଥାପନ କରି ସେଥିରେ  ଉଲ୍ଲେଖିତ କବିସୂର୍ଯ୍ୟଙ୍କ ଜନ୍ମସ୍ଥାନ ସମ୍ପର୍କରେ ଅବତାରଣା କରିଥିଲେ।କବିସୂର୍ଯ୍ୟଙ୍କ ଜନ୍ମସ୍ଥଳୀକୁ ନେଇ କବିସୂର୍ଯ୍ୟନଗର ଏବଂ ଆଠଗଡ଼ ଅଞ୍ଚଳର କିଛି ମୁଷ୍ଟିମେୟ ବ୍ୟକ୍ତି ଙ୍କ ଦାବୀ ଅଯୌକ୍ତିକ ଏବଂ ନିରାଧାର ବୋଲି ସଭାରେ ଉପସ୍ଥିତ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ମତପୋଷଣ କରିଥିଲେ।ଦିଗପହଣ୍ଡି ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ ପଣ୍ଡା, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ହରିକୃଷ୍ଣ ପଣ୍ଡା, ଜିଲା ପରିଷଦ ସଦସ୍ୟ ରାଧାକାନ୍ତ ମହାଙ୍କୁଡ଼ , ଡ଼. ଯୁଧିଷ୍ଠିର ସ୍ବାଇଁ, ଡ଼.ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ,ଆଇନଜିବୀ ଅଶେଷ ନାଥ ମିଶ୍ର, ବୃନ୍ଦାବନ ପଣ୍ଡା, ପଦ୍ମଚରଣ ମେକାପ,ବିଜୟ କୁମାର ପଣ୍ଡା,ରଞ୍ଜନ କୁମାର ପାତ୍ର,ତାରାପ୍ରସାଦ ପଟ୍ଟନାୟକ, ସିମାଞ୍ଚଳ କର,ବିଭୂତି ଭୂଷଣ ମହାପାତ୍ର,ଚିତ୍ରସେନ ଗୌଡ଼, ଶମ୍ଭୁ ପଣ୍ଡା,ଉଜ୍ଜଳ ମହାନ୍ତି,ଶ୍ୟାମ ସୁନ୍ଦର ଦୋରା, ଆଲୋକ ବିଷୋୟୀ, ଗୋପାଳ କୃଷ୍ଣ ମଲ୍ଲିକ,ସମ୍ଭବ କୁମାର ତ୍ରିପାଠୀ ପ୍ରମୁଖ ବିଭିନ୍ନ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ। ଚଳିତବର୍ଷ କବିସୂର୍ଯ୍ୟଙ୍କ ଜୟନ୍ତୀ ଉତ୍ସବ ଖୁବ୍ ଜାକ ଜକମରେ ପାଳନ କରାଯିବା ପାଇଁ ସଭାରେ ପ୍ରସ୍ତାବ ଗୃହୀତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ