କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପାରଳାରେ ଭଜନ ସନ୍ଧ୍ୟା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ଜଗନ୍ନାଥ ମନ୍ଦିର ପ୍ରାକାର୍ତ୍ତିକ ପୂର୍ଣ୍ଣିମାଙ୍ଗଣରେ ପାରଳା କଳା ସଂସ୍କୃତି ସେବା ଟ୍ରଷ୍ଟ ଦ୍ବାରା ଆୟୋଜିତ କାର୍ତ୍ତିକ ପୂର୍ଣ୍ଣିମା ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଗତକାଲି ମହାସମାରୋହରେ ଆୟୋଜିତ ହୋଇଯାଇଛି. ଏହି ଭଜନ ସନ୍ଧ୍ୟାରେ ଓଡିଶାର ବହୁ ସୁନାମଧନ୍ୟ କଣ୍ଠଶିଳ୍ପୀ ଭଜନ ପରିବେଷଣ କରିଥିଲେ. ଏହି କାର୍ଯ୍ୟକ୍ରମର ଆୟୋଜକ ତଥା ହାଇଟେକ ଗ୍ରୁପ ଅଧକ୍ଷ ଡ଼ଃ ତିରୁପତି ପାଣିଗ୍ରାହୀ ଓ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀଙ୍କୁ ପାରଳାବାସୀ ଧନ୍ୟବାଦ ଜଣାଇଛନ୍ତି, ଏହି ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ଅତିଥିଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଆରକ୍ଷୀ ଅଧକ୍ଷ ଜିତେନ୍ଦ୍ର ପଣ୍ଡା, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଡ଼ଃ ଗୁଣନିଧୂ ନାୟକ, ସମସ୍ତ ବ୍ଲକ ଅଧକ୍ଷ ଅଧକ୍ଷା, ଜିଲ୍ଲାପରିଷଦ ଅଧକ୍ଷ ଜି. ତିରୁପତି ରାଓ, ପାରଳା ମୁନିସିପାଲିଟି ଅଧ୍ୟକ୍ଷା ନିର୍ମଳା ସେଠୀ ପ୍ରମୁଖ ଯୋଗ ଦେଇଥିଲେ. ଗତକାଲି ସନ୍ଧ୍ୟା ସମୟରୁ ଆରମ୍ଭ ହୋଇଥିବା ଏହି ସୁମଧୁର ଭଜନ ସନ୍ଧ୍ୟା ରାତ୍ର ୧୧ ଘଣ୍ଟା ପର୍ଯ୍ୟନ୍ତ ଚାଲୁ ରହିଥିଲା. ଏଥିରେ ପାରଳା ସହର ତଥା ଗଜପତି ଜିଲ୍ଲାର ହଜାର ହଜାର ଲୋକେ ଯୋଗଦେଇ ଭଜନ ସନ୍ଧ୍ୟାର ମଜା ନେଇଥିଲେ.