କାର ଓ ବାଇକ ମୁହାଁମୁହିଁ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ
ନିମାପଡା,(ସନ୍ତୋଷ ଦାଶ): ସନ୍ଧ୍ୟାରେ ନିକଟସ୍ଥ ଯୋଗେଶ୍ୱରପୁର ଠାରେ ଗୋଟିଏ ମୋଟର ସାଇକେଲ ସହ ଗୋଟିଏ କାର ମୁହାଁମୁହିଁ ଧକ୍କା ହୋଇଥିଲା । ଏଥିରେ ବାଇକ ଚାଳକ ଦ୍ବୟ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ସ୍ଥାନୀୟ ଲୋକମାନେ ଚିକିତ୍ସା ପାଇଁ ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ଉଭୟଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ପ୍ରକାଶ ଯେ, ବ୍ରହ୍ମପୁରରୁ ଆସିଥିବା ଏକ ପରିବାର ଏକ କାର ନଂ ଓ ଡି ୩୩ ଏ ଇ ୬୫୬୯ ଯୋଗେ କାକଟପୁର ଯାଇ ମା ମଙ୍ଗଳା ଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଫେରୁ ଥିବାବେଳେ ଯୋଗେଶ୍ଵରପୁର – ଆଳୁଦଣ୍ଡାପାଟଣା ଛକ ମଧ୍ୟରେ ଥିବା ଅଣ୍ଡର କନଭେଟ କେନାଲ ସେତୁ ଠାରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ଓଡ଼ି ୦୨ ସି ଡବ୍ଲୁ ୫୯୬୨ ଦ୍ରୁତ ଗତିରେ ଆସି କାର କୁ ଧକ୍କା ଦେଇଥିଲା। ଫଳରେ ବାଇକ ଚାଳକ ଦ୍ବୟ ଦୁରକୁ ଛିଟିକି ପଡ଼ି ରାସ୍ତା ରେ ପଡ଼ି ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକମାନେ ଦୁଇ ଜଣକୁ ଉଦ୍ଧାର କରି ନିକଟସ୍ଥ ଚାରିଛକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ।ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ୍ୟୁ ଘୋଷଣା କରିଥିଲେ ।ଖବର ପାଇ ନୟାହାଟ ଫାଣ୍ଡି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ ଓ କାର କୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ମୃତ ଦୁଇ ଯୁବକ ଙ୍କ ଘର ଖୋର୍ଦ୍ଧା ଜିଲ୍ଲା ନାଚୁଣି ଥାନା ଅନ୍ତର୍ଗତ ଗମ୍ଭାରୀପଦା ପଞ୍ଚୁଗାଁ ଗ୍ରାମ ରେ ବୋଲି ପୁଲିସ କହିଥିବା ବେଳେ ସେମାନଙ୍କ ନାମ ସୌମ୍ୟ ପ୍ରଧାନ ( ୨୪ ) ଓ ଲକି ମହାପାତ୍ର ( ୧୬ ) ବୋଲି ସୂଚନା ମିଳିଛି।