କୁଚିଣ୍ଡା ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ

କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା କଲେଜ ପଡିଆରେ ରବିବାର ଉପଖଣ୍ଡ ସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।କୁଚିଣ୍ଡା ଉପଜିଲ୍ଲାପାଳ ଗୈାରବମୟ ପ୍ରଧାନ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।ପ୍ୟାରେଡରେ ମୋଟ ୨୬ଗୋଟି ଦଳ ଅଂଶଗ୍ରହଣ କରିଥିବା ବେଳେ କୁଚିଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରୀଛାତ୍ର ଘୋଷବାଦ୍ୟ ପରିଡବେଷଣ କରିଥିଲେ।ପରେ ବିଭିନ୍ନ ସ୍କୁଲ ଛାତ୍ରୀଛାତ୍ର ମାନେ ଦେଶାତ୍ମକବୋଧ ଆଧାରିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।ପରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀଛାତ୍ର ଏବଂ ଶ୍ରେଷ୍ଠ ପ୍ୟାରେଡ ଦଳଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ।ପ୍ୟାରେଡ ଚୟନ କର୍ତ୍ତା ଭାବେ କୁଚିଣ୍ଡା ଆଇଆଇସି ବାମଦେବ ଶଙ୍ଖୁଆଳ,ଉପକାରା ଅଧିକ୍ଷକ ଚିନ୍ମୟ ପାତ୍ର,ଅଗ୍ନିଶମ ଅଧିକାରୀ ଜୀବନ ପ୍ରତାପ ଟପ୍ପୋ ଦାୟିତ୍ଵ ନିର୍ବାହ କରିଥିଲେ।ପ୍ରାତଃରେ ପ୍ରଶାସନ ପକ୍ଷରୁ ସହରରେ ରାମଧୁନ ପ୍ରଚାରିତ ହୋଇଥିଲା।ପ୍ରଥମେ ମୁଖ୍ୟଅତିଥି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ବୁଖରେ ଥିବା ସହୀଦ ସ୍ତମ୍ଭ,ସୂଚନା କେନ୍ଦ୍ରସ୍ଥିତ ମହାତ୍ମାଗାନ୍ଧୀ, ବୀର୍ସା ମୁଣ୍ଡା, ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।ଏହି ଅବସରରେ ମୁଖ୍ୟଅତିଥି ପ୍ରଧାନ କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନା ରୋଗୀଙ୍କୁ ଫଳ ଓ ଉପକାରାଗାର ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ।ସହରରେ ଥିବା ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ,ସ୍କୁଲ କଲେଜ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା।ସେହିପରି ସାମ୍ବାଦିକ ସଂଘ କାର୍ଯ୍ୟାଳୟରେ ସଭାପତି ଦୀନେଶ ନନ୍ଦ,କୁଚିଣ୍ଡା କଲେଜରେ ଅଧ୍ୟକ୍ଷା ସୁଚିତ୍ରା ମିଶ୍ର,ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଅଧ୍ୟକ୍ଷା ଜ୍ୟୋତ୍ସାପ୍ରିୟା ବେହେରା,ଗୋଛରା ହାଇସ୍କୁଲରେ ଏମପି ପ୍ରତିନିଧି ରୁଦ୍ର ପ୍ରତାପ ଦେଓ,କହ୍ଲେଇପାଲି ରାଜୀବଗାନ୍ଧୀ ସ୍ମାରକୀ ଆଦିବାସୀ ଯୁକ୍ତ ୨କଲେଜରେ ଅଧ୍ୟକ୍ଷ ଡିଲେଶ୍ୱର ବେହେରା,ଉପଖଣ୍ଡ ଡାକ୍ତରଖାନାରେ ଏସଡିଏମଓ ଡା.ସୁବୋଧ ନାୟକ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ।କୁଚିଣ୍ଡା ଭାଜପା କାର୍ଯ୍ୟାଳୟରେ ନଗର ସଭାପତି ପ୍ରାଣବନ୍ଧୁ ନାଥ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ଏହି ଅବସରରେ ଏନଏସି ସ୍ୱଚ୍ଛତା କର୍ମୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଶୈଳେନ୍ଦ୍ର ନାୟକ,ଶୁଶିଳ କର,କାହ୍ନୁଚରଣ ନାୟକ,ଅରୁଣ ଅଗ୍ରୱାଲ,ସଚ୍ଚିଦାନନ୍ଦ ଶର୍ମା,ପିଙ୍କୁ ପାଣି,ବିକାଶ ନାୟକ, କୁଞ୍ଜଲତା ନାୟକ,ସଙ୍ଗିତା ଦାସ,ଅନିତା ଛତ୍ରିଆ,ଗାୟତ୍ରୀ ଚାଲାନ,ସୁନୟନା ବେହେରା ପ୍ରମୁଖ ଯୋଗଦେଇ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ