କୁଚିଣ୍ଡା ରେ ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
କୁଚିଣ୍ଡା, (ରିଙ୍କୁ କୁସୁମ):ସମ୍ବଲପୁର ଜିଲ୍ଲା କୁଚିଣ୍ଡା ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ବ୍ଲକ ସ୍ତରୀୟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇ ଯାଇଛି।ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମରେ ବ୍ଲକର ୧୭ଗୋଟି ପଞ୍ଚାୟତ ଓ କୁଚିଣ୍ଡା ଏନଏସିରୁ ଆସିଥିବା ୬୩ଗୋଟି ଜନ ଅଭିଯୋଗର ଶୁଣାଣି କରିଥିଲେ।ଏଥିରେ ସାମୁହିକ ଭାବେ ୨୨ ଓ ୪୧ଟି ବ୍ୟକ୍ତିଗତ ଅଭିଯୋଗ ଆସିଥିଲା।ଜିଲ୍ଲାପାଳ ବୋନ୍ଦର କେତେକ ଅଭିଯୋଗର ତୁରନ୍ତ ସମାଧାନ କରିଥିବା ବେଳେ ଅନ୍ୟ ଅଭିଯୋଗ ଗୁଡିକର ତୁରନ୍ତ ସମାଧାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।ଏଥିରେ ନିର୍ମାଣ କାର୍ଯ୍ୟ, ରାସ୍ତାଘାଟ, ଜଳସେଚନ,ଚାଷୀଙ୍କ ଧାନ ଟୋକନ ଲ୍ୟାପସ୍,ଶିକ୍ଷା ସମସ୍ୟା,ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମ ଭତ୍ତା,ହାତୀ ଉପଦ୍ରବ ସମସ୍ୟା,ସୁଭଦ୍ରା ଯୋଜନା ସମ୍ପର୍କରେ ଅଭିଯୋଗ ଆଗତ ହୋଇଥିଲା।ଏହି ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ପାତ୍ର,ଅତିରିକ୍ତ ଆରକ୍ଷୀ ଅଧିକାରୀ ଆଲବିନୁସ କେର୍କେଟା,କୁଚିଣ୍ଡା ଉପଜିଲ୍ଲାପାଳ ଗୌରବମୟ ପ୍ରଧାନ,ବାମରା ଡିଏଫଓ ସମୀର ସାହୁ,ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହେମସାଗର ଭୋଇ,ସିଡିଏମଓ ଡା.ସୁଜାତାରାଣି ମିଶ୍ର,ଏସଡିପିଓ ଅମିତାଭ ପଣ୍ଡା,ବିଡିଓ ଜୟନ୍ତ ସାହୁ, ତହସିଲଦାର ମିତାଲି ମଧୁମିତା ଦଳେଇ,ଏନଏସି ଇଓ ଗୌରବ ପ୍ରଧାନ,ଆଇଆଇସି ବାମଦେବ ଶଙ୍ଖୁଆଳ,କୁଚିଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷ ଭୁବନେଶ୍ବର କିଷାନ,କୁଚିଣ୍ଡା ଏନଏସି ଅଧ୍ୟକ୍ଷ ପ୍ରଦ୍ୟୁତ ମହାନ୍ତିଙ୍କ ସମେତ ପୁର୍ତ୍ତ,କୃଷି, ଗ୍ରାମ୍ଯ ଉନ୍ନୟନ,ଶିକ୍ଷା,ଉଦ୍ୟାନକୃଷି,ବନ ବିଭାଗ, ବିଦ୍ୟୁତ,ଆରଡବ୍ଲ୍ୟୁଏସଏସ,ଉଠାଜଳସେଚନ,କ୍ଷୁଦ୍ର ଜଳସେଚନ,ମୃତ୍ତିକା ସଂରକ୍ଷଣ ପ୍ରମୁଖ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଜିଲ୍ଲାପାଳ ଜଣେ ଭିନ୍ନକ୍ଷମ ଶିଶୁଙ୍କୁ ହ୍ୱିଲଚେୟାର ପ୍ରଦାନ କରିବା ସହ ଏସଏଚଡି ପକ୍ଷରୁ ଲଗାଯାଇଥିବା ଷ୍ଟଲ ବୁଲି ଦେଖିଥିଲେ।