କୁଡୁମୁଲୁଗୁମ୍ମା ଠାରେ ଖ୍ରୀଷ୍ଟୀୟ ସମାଜର କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନାଗିରି,(ଡଃ ଶିବ ନାରାୟଣ ପାତ୍ର):ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମର ଆଞ୍ଚଳିକ ଗୀର୍ଜା ପରିସରରେ ୨୦୨୪ ବର୍ଷର ବିଦାୟ ସ୍ମୃତି ଓ ନୂତନ ବର୍ଷ ୨୦୨୫ କୁ ସ୍ୱାଗତ କରିବା ଉଦ୍ଧେଶ୍ୟରେ ଏହି ଯୂବ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଡୁମୁଲୁଗୁମ୍ମା ଲୋକାଲ ଚର୍ଚ୍ଚ ର ପାସ୍ଟର ପ୍ରଭାକର ସୁନା ଙ୍କ ସଭାପତିତ୍ବ ରେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ର ବିଧାୟକ ମଙ୍ଗୁ ଖିଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ, ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ପାଣ୍ଡ୍ରିପାଣି ଜିଲ୍ଲା ପରିଷଦ ସଭ୍ୟ କୃଷ୍ଣ ଚନ୍ଦ୍ର ଅନୁଗୁ, ସମାଜସେବୀ ଡାନିଏଲ୍ ପଟଲା, ଲ୍ୟାମ୍ପ ସଭାପତି ଗୋପୀ ପାଙ୍ଗୀ, ଆଚାର୍ଯ୍ୟ ନପତାଲୀ ବାଘ, ଏସ. ଆମୋଶ୍, କେ. ସିମିୟ, ଦିଲ୍ଲୀପ କୁମାର ବାଘ, ପୁର୍ଣ୍ଣ ଦୁରୀଆ, ବାଲାରାଜ କାମିଡି, ତରଲାକୋଟା ସରପଞ୍ଚ ସୋମନାଥ ବାରଶେ, ରାଜେନ୍ଦ୍ର କୁଳଦୀପ, ଅଶୋକ ଖୋସଲା, ହୃଷୀକେଶ ସେଠୀ, ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁ ଓ ଗଣେଶ ପ୍ରସାଦ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ଅତିଥି ମାନେ କ୍ୟାଣ୍ଡେଲ ପ୍ରଜ୍ଜ୍ୱଳନ ଓ କେକ୍ କାଟି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି ଯୂବ ଉତ୍ସବ ର ପ୍ରମୁଖ ଆକର୍ଷଣ ଥିଲେ ସାଣ୍ଟା କ୍ଲସ୍, ସେ ଛୋଟ ପିଲା ମାନଙ୍କୁ ଚକୋଲେଟ ବାଣ୍ଟିବା ସହ ବିଭିନ୍ନ କୈ।ତିକିଆ ଭାବ ଭଙ୍ଗି ପ୍ରଦର୍ଶିତ କରି ହାସ୍ୟରୋଳ ର ବାତାବରଣ ସୃଷ୍ଠି କରିଥିଲେ। ଅତିଥି ମାନେ ଏହି ଅବସରରେ ସମସ୍ତଙ୍କ ସହିତ ଭାତୃତ୍ବ ଭାବ ଜାଗୃତ କରିବା, ସମାଜ ରେ ଶାନ୍ତି ସ୍ଥାପନା କରିବା ସହ ପରୋପକାରୀ ହୋଇ ସମସ୍ତଙ୍କ ମଙ୍ଗଳ କାମନା କରିବା ଓ ମାନବିକତାର ପରିଚୟ ସୃଷ୍ଟି କରିବା ପାଇଁ ଯୂବ ସମାଜକୁ ଆହ୍ୱାନ ଜଣାଇଛନ୍ତି । କାର୍ଯ୍ୟକ୍ରମ ପରିଶେଷରେ ଯୂବ ଗୋଷ୍ଠୀଙ୍କ ଦ୍ୱାରା ବିଭିନ୍ନ ମନୋରଞ୍ଜନ ଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା ଯାହାକୁ ଅତିଥି ମାନଙ୍କ ସମେତ ସମସ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ ଏବଂ ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଜନ୍ କୋରା ମଞ୍ଚ ସଞ୍ଚାଳନ କରିଥିଲେ ଓ ତାଙ୍କୁ ଏଥିରେ ଦିବାକର ସୁନା,ଅଶୋକ ରାଜ, ରାହୁଲ ସୁନା ଓ ରୋୟାଲ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ