କୁନି ପ୍ରତିଭାବାନ ଛାତ୍ରୀଙ୍କୁ ନେଇ ଚର୍ଚ୍ଚା
ଚିକିଟୀ,(ପୁଷ୍ପାଞ୍ଜଳୀ ମିଶ୍ର): ଗଞ୍ଜାମ ଜିଲ୍ଲା ଚିକିଟୀ ମାଟି ବ୍ରିଟିଶ ଶାସନ କାଳ ରୁ ବହୁ ପ୍ରତିଭା ବାନ ବ୍ୟକ୍ତି କଳା ସଂସ୍କୃତି ରାଜନୀତି ସମାଜ ସେବା ଭଳି ବହୁ କ୍ଷେତ୍ରରେ ଅଞ୍ଚଳ ପାଇଁ ଗୌରବ ଆଣି ସୋତନ୍ତ ପରିଚୟ ସୃଷ୍ଟି କରିଛନ୍ତି। ତେବେ ଏବେ ଚିକିଟୀ ଅନ୍ୟଜଣେ କୁନି ଛାତ୍ରୀ ନିଜର ଅଧ୍ୟବସାୟ ବଳରେ ନିଜକୁ ପ୍ରତିଷ୍ଠିତ କରି ଅଞ୍ଚଳ ପାଇଁ ସୁନାମ ଆଣି ଛନ୍ତି।ତାଙ୍କର ପ୍ରତିଭା ବିଭିନ୍ନ ମଞ୍ଚରେ ସ୍ୱୀକୃତି ଦ୍ୱାରା ପରିଚିତ ହୋଇଛି, ଯାହାର ଉଦାହରଣ ଭାବରେ ତାଙ୍କର କବିତା ସଙ୍କଳନ “ପାହାଡ଼ ରାଣୀ” ଏବଂ ଗୀତ ଲେଖା ପ୍ରସ୍ତୁତ କରାଯାଇଛି। ସେ ଏହା ସହିତ ଓଡ଼ିଶା ସରକାର ଓ ବିଭିନ୍ନ ଶିକ୍ଷା ଓ ସାହିତ୍ୟ ସଂସ୍ଥାର ପ୍ରଶଂସା ପ୍ରାପ୍ତ କରିଛନ୍ତି।
ତାଙ୍କର ପ୍ରତିଭା ମଧ୍ୟରେ ସାହିତ୍ୟ, ସଙ୍ଗୀତ, ଏବଂ ଶିଶୁପାଠ ଶିକ୍ଷା ପ୍ରତି ତାଙ୍କର ଶକ୍ତି ତାଙ୍କୁ ବହୁତ ସମ୍ମାନ ଏବଂ ପ୍ରଶଂସା ଦେଇଛି। ସେ ଏକ ପ୍ରେରଣାଦାୟୀ ଚରିତ୍ର ହିସାବେ ସମ୍ମାନିତ ହୋଇଛନ୍ତି, ଯେଉଁଥିରେ ତାଙ୍କର କବିତା ଓ ଗୀତରେ ସାଧାରଣ ଶିଶୁମାନେ ଏବଂ ତାରୁଣ୍ୟ ପ୍ରାବଳ୍ୟ ପ୍ରକାଶ ପାଇଛି।ରୁଦ୍ରରୂପାଙ୍କର ଶିକ୍ଷା, ସାହିତ୍ୟ କ୍ଷେତ୍ରରେ ମୂଲ୍ୟବାନ ଅବଦାନ ଏବଂ ନିଜ ଶିକ୍ଷକ ଓ ପରିବାରର ନିର୍ବାହକତାରେ ଏହି ସମସ୍ତ ପ୍ରତିଭା ନିକଟରେ ପ୍ରଭାବିତ କରିଛି।
ପ୍ରତିଭାରାଣୀ ରୁଦ୍ରରୂପା ତାଙ୍କର ଏହି ବହୁବିଧ ପ୍ରତିଭା ପାଇଁ ବିଗତ ଦିନରେ ପ୍ରଜ୍ଞାନ ଯସସ୍ବୀ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଶି ଲାଲଙ୍କୁ ସାକ୍ଷାତକରିବା ଅଵସର ବିମୁଗ୍ଧହୋଇ ଶିଶୁ ହାତକୁ ଗୋଟିଏ ବଡ଼ ଚକୋଲେଟ୍ ବଢ଼ାଇ ତାଙ୍କ ପାଣ୍ଡୁଲିପିରେ ସ୍ନେହବୋଳା ଆଶ୍ରିବାଦ ଦେଇଛନ୍ତି।
ରୁଦ୍ରରୂପା ବ୍ରହ୍ମା ଆଜି ଦଶମ ଶ୍ରେଣୀର ଛାତ୍ରୀ । ତାଙ୍କ ବାପା ରଞ୍ଜନ କୁମାର ବ୍ରହ୍ମା ଏବଂ ମାତା ମିନାତି କୁମାରୀ ପାଠୀ ଦୁହେଁ ଆଦର୍ଶ ଶିକ୍ଷକ । ବୟସ ଅନୁସାରେ ଦୁନିଆର ସମସ୍ତ ପିଲାଙ୍କପରି ରୁଦ୍ରରୂପାଙ୍କ ଚପଳାମୀ ସମାନ କିନ୍ତୁ ସାଧନା ଓ ସଂସ୍କାରରେ ସେ ଖୁବ୍ ନିଆରା । ସେ ନିଜର ସମସ୍ତ ସମୟକୁ ମୂଲ୍ୟବାନ କରି ଗଢି ତୋଳିବାର ଅଦମ୍ୟ ପ୍ରୟାସ ଠୁଳ କରି ରଖିଥାନ୍ତି । ଷଷ୍ଠ ଶ୍ରେଣୀର ପଢ଼ାବେଳକୁ ସେ ଲେଖିଥିବା ସମସ୍ତ କବିତାକୁ ନେଇ ଗୋଟିଏ କବିତା ସଙ୍କଳନ କରିଛନ୍ତି, ଯାହାର ନାମ ‘ପାହାଡ଼ ରାଣୀ’ । ଶିକ୍ଷାବର୍ଷ ୨୦୨୧-୨୦୨୨ ରେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ , ଓଡିଶା ସରକାର ଉକ୍ତ ଶିଶୁ ସଙ୍କଳନକୁ ଚୟନକରି ରାଜ୍ୟର ବିଭିନ୍ନ ଜିଲ୍ଲା ବିଦ୍ୟାଳୟ ପାଠାଗାରକୁ ପିଲାଙ୍କ ପଠନପାଇଁ ପ୍ରେରଣ କରିଛନ୍ତି । ଓଡିଶା ଭାଷା ଇତିହାସରେ ଏହା ଗୋଟିଏ ଦୁଲ୍ଲଭ ଏବଂ ସ୍ମରଣୀୟ ମୁହୂର୍ତ୍ତ ଏଥିପାଇଁ ଯେ, ବିଦ୍ୟାଳୟ ପଠାଗାରରେ ଜଣେ କୁନି ସପ୍ତମ ଶ୍ରେଣୀ ବିଦ୍ୟାର୍ଥୀଙ୍କ ବହି ସ୍ଥାନ ପାଇବା, ଖୁବ୍ ସ୍ୱନ୍ତ୍ରତା ବହନ କରୁଛି । ତତ୍ ସହିତ୨୦୨୩ ମସିହାରେ ଚୟନ କମିଟିଙ୍କ ଦ୍ୱାରା ଉକ୍ତ ‘ପାହାଡ଼ ରାଣୀ’ ରାଜା ରାମମୋହନ ରାୟ ଜାତୀୟ ପଠାଗାରକୁ ଚୟନ ହୋଇଥିବାରୁ ସେ ନିଜେ ଭାଗ୍ୟଶାଳୀ ହେବାସହ, ନିଜ ପରିବାର, ଓଡ଼ିଆ ଜାତି ଓ ଭାଷା ପାଇଁ ଗୌରବ ସାଉଁଟି ପାରିଛନ୍ତି । ପୁସ୍ତକରୁ ଖଣ୍ଡିଏ ଭାରତ ସରକାରଙ୍କ ଶିକ୍ଷା ଓ କୌଶଳ ବିକାଶ ମନ୍ତ୍ରଣାଳୟ ନିକଟକୁ ସେ ନିଜେ ପ୍ରେରଣକରି ବିଭାଗ ଠାରୁ ପ୍ରଂଶସା ପତ୍ର ପାଇଛନ୍ତି । ସେ ଦୁଇଥର ନିଜ ଜିଲ୍ଲାରେ କବିତା ଆବୃତ୍ତିରେ ପ୍ରଥମ ସ୍ଥାନରେ ରହି, ଓଡିଶା ସାହିତ୍ୟ ଏକାଡେମୀ ତରଫରୁ ଆୟୋଜିତ କବିତା ଆବୃତ୍ତି ପ୍ରତିଯୋଗିତାରେ କନିଷ୍ଠ ବିଭାଗରୁ ଦ୍ଵିତୀୟ ଏବଂ ବରିଷ୍ଠ ବିଭାଗରୁ ତୃତୀୟ ସ୍ଥାନରେ ରହି ରାଜ୍ୟ ସମ୍ମାନ ପାଇବା ସୌଭାଗ୍ୟ ଅର୍ଜନ କରିଛନ୍ତି । ଅଦ୍ୟପି ତାଙ୍କର କବିତା ଶିଶୁ ଲେଖା, ସତ୍ୟବାଦୀ, ନବୀନ, ଦୈନିକ ଖବରକାଗଜର ଶନିବାର ଓ ରବିବାର ଶିଶୁ ପୃଷ୍ଠାରେ ପ୍ରାୟ ଦେଖିବାକୁ ମିଳେ । ସେ ଜିଲ୍ଲା ତଥା ରାଜ୍ୟର ପ୍ରାୟ ସମସ୍ତ ସାହିତ୍ୟ ସଂସଦର କୁନି ଶିଶୁକବି ଏବଂ ସଦସ୍ୟ ଅଟନ୍ତି । ସାହିତ୍ୟରେ ସେ ନିଜେ ଯେତେ ସ୍ୱନ୍ତତ , ସଙ୍ଗୀତରେ ବି ବେଶ୍ ସେତିକି । କରୋନା କଟକଣା ହଟିବା ପରେ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ପିଲାଙ୍କୁ ବିଦ୍ୟାଳୟ ଯିବାପାଇଁ ଉତ୍ସାହିତ କରିଥିଲେ । ଏଇଥିପାଇଁ ସେ ଶିକ୍ଷାରଥ ବୁଲାଇ ବଜାଇଥିବା ଦୁଇଟି ଗୀତ ‘ଆସ ଆମେ ସ୍କୁଲ ଯିବା’ ‘ଆମେ ଶିଶୁ’ ଗୀତରେ ସେ କଣ୍ଠଦାନକରି ଶିଶୁଙ୍କୁ ବିଦ୍ୟାଳୟ ଅଭିମୁଖୀ କରାଇଥିଲେ । ‘ ଜୟ ଗଣପତି ଦେବା’, ‘ଜୟ ମା ବାଳକୁମାରୀ’ ତାଙ୍କର ନିଜସ୍ୱ ଗୀତ ରହିଥିବା ବେଳେ, କଲମ ସେ ଶାନ୍ତି, କ୍ଷୁଦ୍ର ଚଳଚିତ୍ର ‘ଆଶା’ ଗୀତରେ ସେ କଣ୍ଠଦାନ କରିଛନ୍ତି । ପୁରୀ ବଡ଼ଦାଣ୍ଡର କାର୍ତ୍ତିକ ପୂର୍ଣ୍ଣିମା ଭଜନ ମଣ୍ଡପ, ଭଜନ ସମ୍ରାଟ ଭିକାରୀ ବଳ ସ୍ମୃତି ସଂସଦ , ଶିଶୁ ବାର୍ତ୍ତା ପରି ଗୌରବ ବିମଣ୍ଡିତ ମଞ୍ଚ ଠାରୁ ଆରମ୍ଭ କରି ନିଜ ଅଞ୍ଚଳର ନନ୍ଦିକେଶ୍ୱର ପୀଠ ସବୁଠି ସେ ଭଜନ ପରିବେଷଣ କରି ସମ୍ମାନିତ । ପ୍ରାଥମିକ ବିଦ୍ୟାଳୟରେ ସେ ତୃତୀୟ ଶ୍ରେଣୀ ଏବଂ ପଞ୍ଚମ ଶ୍ରେଣୀ ଛାତ୍ର ବୃତ୍ତି ପାଇଛନ୍ତି । କରୋନା କାଳରେ ବିଷାଦ ଏବଂ ଭୟ ଜର୍ଜରିତ ମଣିଷ ଜୀବନରେ ଶାନ୍ତି ଭରିବାପାଇଁ ସେ ଅନେକ ଥର ଫେସ୍ ବୁକ୍ ଲାଇଭରେ ଆସି ନିଜସ୍ୱ କବିତା ପାଠ କରିଥିଲେ ଏବଂ ଅନୁରୋଧର ଭଜନରେ ଜୀବନକୁ ବାନ୍ଧି ରଖୁଥିଲେ । ଲୋକସେବା ମଣ୍ଡଳ ତରଫରୁ ୨୦୧୯ ମସିହାରେ ଚିକିଟୀ ବ୍ଲକ ପାଇଁ ‘କର୍ତ୍ତବ୍ୟ ବୋଧନୀ’ ପୁରସ୍କାର, ସମ୍ବାଦପତ୍ର ତରଫରୁ ଆୟୋଜିତ ରାଜ୍ୟ ସ୍ତରୀୟ ହସ୍ତାକ୍ଷର ପ୍ରତିଯୋଗିତା ୨୦୨୨ ରେ ଦ୍ଵିତୀୟ ସ୍ଥାନ ରହି ନିଜ ବ୍ଲକ ପାଇଁ ଗୌରବ ସାଉଁଟିଛନ୍ତି । ଏଇ ବୟସରୁ ରୁଦ୍ରରୂପା ଦକ୍ଷିଣ ଓଡିଶା ସାହିତ୍ୟ ସମ୍ମିଳନୀ ମାଲକାନଗିରି ଶାଖା ତରଫରୁ ‘କୁନି ପ୍ରତିଭା ଆୱାର୍ଡ ୨୦୨୦’ , ଇସାଶ୍ରୀ ସମ୍ମାନ, ଗଞ୍ଜାମର କବିତା ଘର ଲିଟେରାରୀ ଟ୍ରଷ୍ଟ ତରଫରୁ ଶିଶୁ ଲେଖିକା ସମ୍ମାନ, ସାହିତ୍ୟ କବି ବନ୍ଧୁ ପରିବାର ତରଫରୁ ରାଜ୍ୟ ସ୍ତରୀୟ ସମାରୋହ ୨୦୨୧ରେ ‘ପ୍ରଜ୍ଞାଶ୍ରୀ ସମ୍ମାନ’, ବିକ୍ଷିପ୍ତା ସାହିତ୍ୟ ଅନୁଷ୍ଠାନ ବୁଗୁଡା ତରଫରୁ ‘ ସମ୍ବାବନା ଆଗାମୀ କାଲିର ସମ୍ମାନ’ , ଏପରି ଅନେକ ସମ୍ମାନର ଅଧିକରିଣୀ । ସେ ନିଜର ଉଲ୍ଲେଖନୀୟ ଜୀବନ ଶୈଳୀ ଶୃଙ୍ଖଳିତ ସୁସଂଗଠିତ ଦିନଚର୍ଯ୍ୟା ପାଳନ ପାଇଁ ନିଜ ବାବା ଓ ମାମାଙ୍କୁ ଶ୍ରେୟ ପ୍ରଦାନ କରିଛନ୍ତି । ଆଜି ରୁଦ୍ରରୂପା ନିଜ ନିଜର ପରିଚୟ ରଖିପାରିବା ସହ ଅନେକ ଶିଶୁ ଓ ତରୁଣଙ୍କ ପାଇଁ ପ୍ରେରଣାର ଉତ୍ସ ।