କୋଟିଏ ଟଙ୍କାର ଲୁଟ ସୁନା ଓ ରୂପା ଅଳଙ୍କାର ଲୁଟ ଘଟଣାର ପର୍ଦାଫାଶ, ୨ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ପୋଲିସକୁ ପୁଣି ଏକ ବଡ଼ ଧରଣର ସଫଳତା ମିଳିଛି. ଗତ ସେପ୍ଟେମ୍ବର ମାସରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରୁ ଲୁଟ ହୋଇଥିବା ୧ କେଜି ଓଜନର କୋଟିଏ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ସୁନା ଗହଣା ସହ ୫ କେଜି ଓଜନର ରୂପା ଅଳଙ୍କାର ଲୁଟ ଘଟଣାର ପୋଲିସ ପର୍ଦାଫାଶ କରିବାରେ ସକ୍ଷମ ହେବା ସହ ଏଥିରେ ୨ ଲୁଟେରାଙ୍କୁ ଗିରଫ କରିଥିବା ସୂଚନା ମିଳିଛି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲା ମୋହନା ମୁଖ୍ୟ ବଜାର ଶ୍ରୀହରି ଜୁଏଲର୍ସରୁ ଗତ ସେପ୍ଟେମ୍ବର ମାସ ୨୫ ତାରିଖ ରାତିରେ ଦୁଇ ଅଜଣା ଲୁଟେରା ବାଇକରେ ଆସି ୧ କିଲୋ ସୁନା ଅଳଙ୍କାର ସହ ୫ କିଲୋ ରୁପା ଅଳଙ୍କାର ଏବଂ ୭୦ ହଜାର ଟଙ୍କା ଲୁଟି ନେଇଥିଲେ । ଘଟଣାର ଏକ ମାସ ପରେ ପୁଲିସକୁ ସଫଳତା ମିଳିଛି । ଚୋରି ଅଳଙ୍କାର ମଧ୍ୟରୁ ୩୦ କେଜି ରୂପା, ୪୦୦ ଗ୍ରାମ ସୁନା ଅଳଙ୍କର ସହ ୪୦ ହଜାର ଟଙ୍କା ଜବତ କରିଛି ପୁଲିସ । ଗିରଫ ଅଭିଯୁମାନଙ୍କ ମଧ୍ୟରୁ ଜଣେ ଗଞ୍ଜାମ ଜିଲ୍ଲା ଆସିକା ଓ ଅନ୍ୟ ଜଣେ ସୋନପୁର ଜିଲ୍ଲାର ବୋଲି ଜଣାଯାଇଛି । ଏହାର ପଛରେ ଏକ ବଡ ଚୋରି ରାକେଟ କାମ କରୁଛି ଏବଂ ଅତିଶିଘ୍ର ଘଟଣାରେ ସମ୍ପୂକୁ ଅନ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ଗଜପତି ଏସପି ଜିତେନ୍ଦ୍ର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ