କୋଦଳା ଏନଏସି ଓ ବେଗୁନିଆପଡା ବ୍ଲକରେ ସୁଭଦ୍ରା ଯୋଜନାରେ ଟଙ୍କା ପାଇଲେ ହିତାଧିକାରୀ
କୋଦଳା, (ବାପୁନି କୁମାର ମାଲୁ ):ପ୍ରଧାନମନ୍ତ୍ରୀ ମାନ୍ୟବର ମୋଦିଜୀ ମଙ୍ଗଳବାର ଦିନ ଓଡିଶା ଗସ୍ତରେ ଆସି ଭୁବନେଶ୍ୱର ସ୍ଥିତ ଜନତା ମୈଦାନ ରେ ସୁଭଦ୍ରା ଯୋଜନାକୁ ଲୋକାର୍ପଣ କରିଥିଲେ । ଏହି ଲୋକାର୍ପଣ ଉତ୍ସବକୁ କୋଦଳା ଏନ ଏ ସି ଓ ବେଗୁନିଆପଡା ବ୍ଲକ ପକ୍ଷରୁ କୋଦଳା ସ୍ଥିତ ପୁରୁଣା ଡାକ ବଙ୍ଗଳା ପଡିଆରେ ଆଭାସୀ ମାଧ୍ୟମରେ ଜନସାଧାରଣଙ୍କୁ ସାମିଲ କରିଥିଲେ । ଏହି ଲୋକାର୍ପଣ ଉତ୍ସବରେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ କୋଦଳା ଏନ ଏ ସି ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକ, ବେଗୁନିଆପଡା ବିଡ଼ିଓ ପ୍ରଜ୍ଞା ପ୍ରିୟଦର୍ଶିନୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣ ଚନ୍ଦ୍ର ରଥ, ଉପାଧ୍ୟକ୍ଷା ରଞ୍ଜିତା ସେଠି, ସିଡିପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା, ଚିତ୍ରସେନ ପରିଡା,ସତୀଶ ରଞ୍ଜନ ତାରିଣୀ ଙ୍କ ସମେତ କାଉନଶୀଲର ଅତିଥି ଭାବେ ଉପସ୍ଥିତ ରହିଥିଲେ। ରାଜ୍ୟ ସରକାର ଏହି ଯୋଜନା ମାଧ୍ୟମରେ ୨୧ ବର୍ଷରୁ ୬୦ ବର୍ଷ ମଧ୍ୟରେ ରାଜ୍ୟର ଏକ କୋଟି ମହିଳାଙ୍କୁ ଆର୍ଥିକ କ୍ଷେତ୍ର ରେ ସ୍ବାବଲମ୍ବୀ କରିବା ନିମନ୍ତେ ଏହି ଯୋଜନା ପ୍ରଚଳନ କରିଥିବା ଅତିଥି ମାନେ କହିଥିଲେ। ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୪ ବର୍ଷ ଜନ୍ମ ଦିନ ଅବସରରେ ଏହି ଯୋଜନା ରାଜ୍ୟରେ ଆରମ୍ଭ ହୋଇ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ବର୍ଷ କୁ ଦୁଇ କିସ୍ତି କରି ମହିଳା ମାନଙ୍କୁ ପଚାଶ ହଜାର ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି ।