ଖଡିଆଳ ଗଡରାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫକୋଟ ପଡ଼ା ର ସଡ଼କ ଉପରେ ଦୁର୍ଗନ୍ଧ, ନାଲ ନର୍ଦ୍ଦମା ଜଳ ପ୍ରବାହିତ
ନୂଆପଡ଼ା, (ଯୁଗାବ୍ଦ ନ୍ୟୁଜ):ନୂଆପଡ଼ା ଜିଲ୍ଲା ଖଡିଆଳ ଗଡରାମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଫକୋଟପଡ଼ା ର ସଡ଼କ ଉପରେ ଦୁର୍ଗନ୍ଧ, ନାଲ ନର୍ଦ୍ଦମା ଜଳ ପ୍ରବାହିତ ହେଉଅଛି। ଏହାକୁ ସୁଧାର ଆଣିବା ନେଇ ପଞ୍ଚାୟତ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ଡ୍ରେନ ନିର୍ମାଣ କରିଥିବା ବେଳେ ସେହି ଡ୍ରେନ ରେ ଆବର୍ଜନା ପୂର୍ଣ୍ଣ ହେବାରୁ ଜଳ ଡ୍ରେନ ବାଟ ଦେଇ ନିଷ୍କାସନ ବଦଳ ରେ ସଡ଼କ ଉପରେ ପ୍ରବାହିତ ହେଉଅଛି। ସେହି ଠାରେ ଗାୟତ୍ରୀ ମନ୍ଦିର, ପୂର୍ବତନ ଖଡିଆଳ ନିର୍ବାହୀ ଅଧିକାରୀଙ୍କ ଘର ସମ୍ମୁଖରେ ଏତାଦୃଶ ପରିସ୍ଥିତି ପାଇଁ ଦାୟୀ କିଏ।