ଗ୍ରାମୀଣ ଜଳ ଯୋଗାଣ ବିଭାଗର ଦିନିକିଆ କର୍ମଶାଳା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ସମ୍ମିଳନୀ କକ୍ଷରେ ଗ୍ରାମୀଣ ଜଳ ଯୋଗାଣ ବିଭାଗ ପକ୍ଷରୁ ଗ୍ରାମୀଣ ଜଳ ଯୋଗାଣ ଓ ସଫେଇ ବ୍ୟବସ୍ଥା ଶୀର୍ଷକ ଦିନିକିଆ ବ୍ଲକ୍ ସ୍ତରୀୟ ଅଭିମୁଖୀକରଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଡିଓ ପ୍ରଦୀପ କୁମାର ସେଠୀ, ବ୍ଳକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଡି.ଏସ୍.ସି ଗୀତାରାଣୀ ନାୟକ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ, କନିଷ୍ଠ ଯନ୍ତ୍ରୀ ସୁଧନ୍ୟା ନାୟକ, ଭବାନୀ ଶଙ୍କର ବେହେରା, ବିଏଲସି ରଶ୍ମିରେଖା ନାୟକ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଚନ୍ଦ୍ରକାନ୍ତ ଜେନା, ସୁଧାଂଶୁ ସେଠୀଙ୍କ ସମେତ ସମସ୍ତ ସରପଞ୍ଚ, ପିଇଓ ମାନେ ଯୋଗ ଦେଇଥିଲେ । ଏଥିରେ ପାନୀୟ ଜଳ ଯୋଗାଣ ସହ ପାଇଖାନା ଓ ଅଳିଆ କୁଣ୍ଡର କାର୍ଯ୍ୟକାରିତା ସଂପର୍କରେ ଆଲୋକପାତ କରାଯାଇଥିଲା । ଏଥିସହ ପ୍ରତ୍ୟେକ ପାନୀୟ ଜଳ ଯୋଗାଣ ପ୍ରକଳ୍ପରେ ଏକ କମିଟି ଗଠନ କରାଯିବା ଏବଂ ଏହି କମିଟିରେ ସରପଞ୍ଚ, ପିଇଓ, ଏମ୍.ବି.କେ, ସିଆରପିଙ୍କ ସମେତ ସଂପୃକ୍ତ ଗ୍ରାମରୁ ୪ ଜଣଙ୍କୁ ରଖାଯିବା ସଂପର୍କରେ ଅବଗତ କରାଯାଇଥିଲା । ଏହି କମିଟିରେ ଜଣେ ସଭାପତି, ଜଣେ ସଂପାଦକ ଓ କୋଷାଧ୍ୟକ୍ଷ ରହିବେ ବୋଲି କୁହାଯାଇଥିଲା । ଏହି କମିଟି ମାଧ୍ୟମରେ ପାନୀୟ ଜଳ ବ୍ୟବହାର କରୁଥିବା ପ୍ରତ୍ୟେକ ଉପଭୋକ୍ତାଙ୍କ ଠାରୁ ମାସିକ ୧୦୦ ଟଙ୍କା ଲେଖାଏ ଦେୟ ଆଦାୟ କରାଯିବ ବୋଲି ଜଣାଯାଇଛି ।