ଘରକୁ ଘର ବୁଲି ତୃତୀୟ ହେଲ୍ଥ ସ୍କ୍ରିନିଂ ଆରମ୍ଭ ହେବ : ଜିଲାପାଳ
ଛତ୍ରପୁର (ଓ୍ବାଇଏନ୍ଏସ୍) : ଗଞ୍ଜାମ ଜିଲ୍ଲାରେ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ସାଙ୍ଗକୁ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଏଥିରେ ନିୟନ୍ତ୍ରଣ ପାଇବା ପାଇଁ ଜିଲ୍ଲାରେ ଲକ୍ ଡାଉନ୍ ସଟ୍ ଡାଉନ୍ ଚାଲିଥିବାବେଳେ ଆସନ୍ତା କାଲିଠାରୁ ପୁଣି ଥରେ ଘରକୁ ଘର ବୁଲି ତୃତୀୟ ହେଲ୍ଥ ସ୍କ୍ରିନିଂ ଅଭିଯାନ ଆରମ୍ଭ ହେବ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜଣାଇଛନ୍ତି । ଟିମ୍ରେ ବୁଲୁଥିବା ଶିକ୍ଷକ, ଅଙ୍ଗନବାଡ଼ି କର୍ମୀ ପ୍ରମୁଖଙ୍କୁ ରୋଗ ସମ୍ପର୍କୀୟ କୌଣସି ତଥ୍ୟ ନଲୁଚାଇ ବିବରଣୀ ଦେବାକୁ ଜିଲ୍ଲାପାଳ ନିବେଦନ କରିବା ସହ ଶିଶୁ ଓ ଅନ୍ୟାନ୍ୟ ରୋଗରେ ପୀଡ଼ିତ ବୟସ୍କ ମାନଙ୍କୁ ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି । ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଓ ନିୟମିତ ହାତଧୁଆକୁ କାର୍ଯ୍ୟକାରୀ କରିବା ପାଇଁ ସେ ଗଞ୍ଜାମ ବାସିନ୍ଦାଙ୍କୁ ପୁଣି ଥରେ ଅନୁରୋଧ କରିଛନ୍ତି । ଏହି ଅବସରରେ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ବୈଠକରେ ଆଲୋଚନା କରି ଏହାକୁ ଯେପରି ସୁନିଶ୍ଚିତ କରାଯାଇପାରିବ ଏବଂ ଲୋକମାନେ ଯେପରି କରୋନା ଗାଇଡଲାଇନକୁ ପାଳନ କରିବେ ସେ ଦିଗରେ ଦୃଷ୍ଟି ଦେବାକୁ କହିଥିଲେ ।