ଚାଳିଶ ବର୍ଷରେ ରାବଣ ପୋଡ଼ି ଉତ୍ସବ

ନୀଳଗିରି,(ୱାଏନଏସ):ନୀଳଗିରି ପୁର୍ବତନ ବିଧାୟକ ଅକ୍ଷୟ କୁମାର ଆଚାର୍ଯ୍ୟ ନୀଳଗିରିରେ ରାବଣ ପୋଡ଼ି ଉତ୍ସବ ର ଅୟମାରମ୍ଭ କରିଥିଲେ। ଯାହା ଆଜି ପଯ୍ୟନ୍ତ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହିତ ପାଳନ ହୋଇ ଆସୁଅଛି। ରବିବାର ନୀଳଗିରି ଥାନା ପଡ଼ିଆ ରେ ଶ୍ରୀ ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ଉକ୍ତ ଉତ୍ସବ ର ଅୟୋଜନ କରାଯାଇ ଥିବା ବେଳେ, ଏକ ବିରାଟକାୟ ରାବଣ ମୂର୍ତ୍ତି ପ୍ରସ୍ତୁତ କରାଯାଇ ଥିଲା। ଏହି ଉତ୍ସବ ଦେଖିବା ପାଇଁ, ଆଖ ପାଖ ଅଞ୍ଚଳରୁ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ଉତ୍ସବ ପ୍ରେମୀ ଯୋଗ ଦେଇ ଥିବା ଦେଖାଯାଇଛି। ଉତ୍ସବ ର ମୁଖ୍ୟ ଅତିଥି, ରାବଣ ଶରୀର ରେ ଅଗ୍ନି ସଂଯୋଗ କରିବା ପରେ,
ତାର ପାଦ ଠୁଁ ମସ୍ତକ ପର୍ଯ୍ୟନ୍ତ ବାଣ ର ବିକଟାଳ ଶବ୍ଦ ରେ ଛିନ୍ନ ବିଛିନ୍ନ ହୋଇଯାଇଥିଲା। ଯାହାକୁ ଉପସ୍ଥିତ ହଜାର ହଜାର ସଂଖ୍ୟାରେ ଦର୍ଶକ ବେଶ ଉପଭୋଗ କରିବା ଦେଖା ଯାଇଛି। ଏଥି ନିମନ୍ତେ ଆୟୋଜିତ ସଭା ପ୍ରାରମ୍ଭ ରେ, କୁନି ପିଲା ଙ୍କ ଦ୍ଵାରା ବିଭିନ୍ନ ପ୍ରକାର ନୃତ୍ୟ ପରିବେଷଣ କରାଯାଇଥିଲା। ବିଶେଷ କରି ଗାନ୍ଧାର ନୃତ୍ୟ ଏକାଡେମୀ ଓ ନଟରାଜ ନୃତ୍ୟ ମନ୍ଦିର ର କୁନି ଓ କିଶୋର କଳାକାର ଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା।ଯାହା କୁ ଉପସ୍ଥିତ ଦର୍ଶକ ବେଶ ଉପଭୋଗ କରିବା ଦେଖା ଯାଇଛି। ଆୟୋଜିତ ସଭା ରେ , ରାବଣ ପୋଡ଼ି କମିଟି ର ପ୍ରତିଷ୍ଠାତା ସଭାପତି ଅକ୍ଷୟ ଆଚାର୍ଯ୍ୟ ସଭାପତିତ୍ବ କରିଥିଲାବେଳେ,ଅନ୍ୟତମ ବରିଷ୍ଠ ସଦସ୍ୟ ସଦାଶିବ ରଥ, ସାମ୍ୱାଦିକ ଅଶେଷ କୁମାର ସ, ଅମରେନ୍ଦ୍ର ମହାପାତ୍ର, ବ୍ରଜକିଶୋର ପାଣି, ସମରେନ୍ଦ୍ର ବାରିକ, ପ୍ରଫୁଲ୍ଲ କୁମାର ମହାନ୍ତି, ଦିବ୍ୟଜ୍ୟୋତି ଆଚାର୍ଯ୍ୟ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ। ଦିବ୍ୟଜ୍ୟୋତି, ଶ୍ରୀ ଆଚାର୍ଯ୍ୟ ଙ୍କ ଏକମାତ୍ର ସୁପୁତ୍ର ଭାବେ ପ୍ରଥମ ଥର ଲୋକଲୋଚନ କୁ ଆସିଥିଲେ।ଯାହା ତାଙ୍କର ରାଜନୈତିକ ଜୀବନ ର ମୂଳ ଦୁଆ ବୋଲି ଅନେକ ରାଜନୈତିକ ପଣ୍ଡିତ ମତ ପ୍ରକାଶ କରିଛନ୍ତି। ସଭା ଶେଷ ରେ ଦିବ୍ୟଜ୍ୟୋତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ପରେ ରାବଣ ପୋଡ଼ି ଆରମ୍ଭ ହୋଇଥିଲା। ଆତଶ ବାଜି ରେ ଥାନା ପଡ଼ିଆ ଆଲୋକିତ ହୋଇ ଯାଇଥିଲେ। ପରେ ସମସ୍ତ ଅଥିତି ତଥା କମିଟି ସଭାପତି ଶ୍ରୀ ଆଚାର୍ଯ୍ୟ ମିଳିତ ଭାବେ ରାବଣ ଦେହରେ ଅଗ୍ନି ସଂଯୋଗ କରିଥିଲେ । ରାବଣ ଦହନ ଶେଷ ହୋଇଥିଲା। ଏ ସମସ୍ତ ଉତ୍ସବ କୁ ବିଶ୍ଵନାଥ ଦାସ, ଦୈତାରି ମହାଳିକ ଅତ୍ୟନ୍ତ ଶାନ୍ତି ଶୃଙ୍ଖଳା ର ସହିତ ପରିଚାଳନା କରିବା ଦେଖାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ