ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଏଆଇଏସ୍‌ଏଫ୍

ବାଲେଶ୍ୱର, (ସରୋଜ ପଣ୍ଡା): ରବିବାର ମଧ୍ୟାହ୍ନରେ ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଅଖିଳ ଭାରତ ଛାତ୍ରସଙ୍ଘ, ଉତ୍କଳ ମହିଳା ସମିତି ପକ୍ଷରୁ ଇଣ୍ଟିଗ୍ରେଟେଡ଼୍ ବି.ଇ.ଡି ଛାତ୍ରୀ ଆତ୍ମଦାହ ଘଟଣାକୁ ନିନ୍ଦା କରି ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିକ୍ଷୋଭ ପ୍ରଦର୍ଶନ ସହ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ, ସାଂସଦ, ମନ୍ତ୍ରୀ ଓ ପୋଲିସଙ୍କୁ ପୀଡ଼ିତା ଛାତ୍ରୀ ତାଙ୍କ ଉପରେ ହୋଇଥିବା ଯୌନ ନିର୍ଯ୍ୟାତନା ସମ୍ବନ୍ଧରେ ଜଣାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନନେଇ ଅଭ୍ୟନ୍ତରୀଣ କମିଟିର ତଦନ୍ତ ନାମରେ ଅଭିଯୋଗକୁ ଚପାଇ ଦେବାକୁ ଉଦ୍ୟମ ହେବାରୁ ଛାତ୍ରୀଜଣକ ଅସହାୟ ହୋଇ ଏପରି ଚରମ ପଦକ୍ଷେପ ନେଲେ ଏବଂ ଏବେ ସେ ମରଣ ସହ ସଂଗ୍ରାମ କରୁଛନ୍ତି। ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ସମ୍ପୃକ୍ତ ଦୋଷୀମାନଙ୍କୁ ଦୃଷ୍ଟାନ୍ତମୂଳକ ଶାସ୍ତି ବିଧାନ ପାଇଁ ଛାତ୍ରସଙ୍ଘ ଦାବି କରିଛି। ଏହି କାର୍ଯ୍ୟକ୍ରମରେ ସ୍ମୃତିରେଖା ସେନାପତି, କାହ୍ନୁଚରଣ ପରିଡ଼ା, ମନୋରଞ୍ଜନ ରାଉତ, ମିର୍ଜା ତୋହିଦ ବେଗ, କାଞ୍ଚନ ପରିଡ଼ା, ନମିତା ବାରିକ, ମାନସୀ ନାୟକ, ସୁଲୋଚନା ପାତ୍ର, ବନ୍ଦନା ପାତ୍ର, ଯତୀନ ପାତ୍ର, ଆଶୁତୋଷ ପରିଡ଼ା, ତପନ ସିଟ୍‌, ଭାଗବତ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ