ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଲକ୍ଷ୍ୟ ଟିମ୍ ର ପରିଦର୍ଶନ

ଛତ୍ରପୁର, (ଦେବଦତ୍ତ ମହାରଣା):ଗତକାଲି ଠାରୁ ଦୁଇ ଜଣିଆ କେନ୍ଦ୍ରୀୟ ଟିମ୍ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ପରିଦର୍ଶନରେ ଆସି ଲକ୍ଷ୍ୟ ପ୍ରମାଣପତ୍ର ପାଇ ବିଭିନ୍ନ ଆକଳନ କରିଥିବା ବେଳେ ଆଜି ଚିକିତ୍ସାଳୟର ଲେବର ରୁମ ଓ ଓଟିରେ ଦିଆଯାଉଥିବା ବିଭିନ୍ନ ସେବାର କଣ ସବୁ ମାନ ରହିଛି ତାହା ଉପରେ ଅନୁଧ୍ୟାନ କରିବା ସହିତ ସମୀକ୍ଷା କରିଛନ୍ତି । ଏହି ୨ଜଣିଆ କେନ୍ଦ୍ରୀୟ ପ୍ରତିନିଧି ଦଳ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟ ର ବିଭିନ୍ନ ବିଭାଗ ବୁଲି ରୋଗୀଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବାର ସମୀକ୍ଷା କରିଥିବା ବେଳେ ଶନିବାର ଦ୍ୱିତୀୟ ଦିନରେ ଉପଖଣ୍ଡ ଚିକିତ୍ସାଳୟରେ ଥିବା ରୋଗୀ ମାନଙ୍କ ସହ ସେମାନଙ୍କୁ ପ୍ରଦାନ କରାଯାଉଥିବା ବିଭିନ୍ନ ସେବା ବିଷୟରେ ପଚାରି ବୁଝିଥିଲେ । ସଠିକ୍ ସମୟରେ ଖାଦ୍ୟ ଦିଆଯାଉଛି କି ନାହିଁ, ନିରାମୟ କେନ୍ଦ୍ର ରେ ଔଷଧ ପ୍ରଦାନ କରାଯାଉଛି କି ନାହିଁ ସେନେଇ ରୋଗୀ ମାନଙ୍କ ସହ ଆଲୋଚନା କରିଥିଲେ । ଏହା ସହ ପ୍ରସୂତୀ କକ୍ଷ ଓ ଅପରେସନ କକ୍ଷରେ ସମସ୍ତ ପ୍ରକାର ଆନୁସାଙ୍ଗିକ ବ୍ୟବସ୍ଥା ରହିଛି କି ନାହିଁ ତାହାର ମଧ୍ୟ ତଦାରଖ କରିଥିଲେ । ପରେ ମା ମାନଙ୍କୁ ସରକାରଙ୍କ ନିୟମ ପ୍ରକାରେ ସମ୍ମାନ ଜନକ ମାତୃତ୍ୱ ସେବା ପ୍ରଦାନ କରିବା ପାଇଁ କେଉଁ ପ୍ରକାର ପଦକ୍ଷେପ ନିଆଯାଇଛି ତାହା ମଧ୍ୟ ବୁଲି ଦେଖିଥିଲେ । ଚିକିତ୍ସାଳୟ ପରିସରରେ ଅକ୍ସିଜେନ, ଅଲଟ୍ରା ସାଉଣ୍ଡ ଓ ଏକ୍ସରା ବିଭାଗ କିପରି କାର୍ଯ୍ୟକାରୀ ହେଉଛି ତାହା ବୁଲି ତଦାରଖ କରିଥିଲେ । ଏହି କେନ୍ଦ୍ରୀୟ ୨ଜଣିଆ ପ୍ରତିନିଧି ଦଳରେ ଡାକ୍ତର ଅଜୟ କୁମାର ଗୁପ୍ତା ଓ ଡାକ୍ତର ରୀତା ଗୁପ୍ତା ରହିଥିବା ବେଳେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସୁପରିଟେଣ୍ଟେଣ୍ଟ ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ଗୌଡ ଓ ମ୍ୟାନେଜର ସନ୍ତୋଷ କୁମାର ପଣ୍ଡାଙ୍କ ସମେତ ବହୁ ଡାକ୍ତର ଏବଂ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ