ଜନପ୍ରତିନିଧିଙ୍କୁ ନେଇ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ପ୍ରଶାସନ ପକ୍ଷରୁ ଜନପ୍ରତିନିଧି ମାନଙ୍କୁ ନେଇ ସମ୍ଭାବ୍ୟ ବାତ୍ୟା ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଡିଓ ପ୍ରଦୀପ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଧାୟକ ସଞ୍ଜୀବ ମଲ୍ଲିକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ତହସିଲଦାର ସାରା ହେମ୍ବ୍ରମ, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରଦ୍ଧା ସୁମନ ନାଥ ଉପସ୍ଥିତ ଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ୨୫ ପଞ୍ଚାୟତର ଜନପ୍ରତିନିଧିଙ୍କ ସମତେ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ଯୋଗ ଦେଇଥିଲେ । ଏହି ବାତ୍ୟାର ମୁକାବିଲା ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା । ଲୋକ ମାନଙ୍କର ଯେପରି କିଛି ଅସୁବିଧା ନହୁଏ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଥିଲା । ଝଡତୋଫାନ ବେଳେ କେହି ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଇଥିଲା । ପରବର୍ତ୍ତୀ ଅବସ୍ଥାରେ ଯେଉଁ କାର୍ଯ୍ୟ କରିବା କଥା ତାହାକୁ ସୂଚାରୁରୂପେ କରିବାକୁ କୁହାଯାଇଥିଲା । ଲୋକ ମାନଙ୍କୁ ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ବାତ୍ୟା ଆଶ୍ରୟସ୍ଥଳୀ ସମେତ ପଞ୍ଚାୟତ ଗୃହର ବ୍ୟବସ୍ଥା ଥିବା ବେଳେ ଅତିରିକ୍ତ ଭାବେ ପ୍ରତି ପଞ୍ଚାୟତରେ ୫ଟି ସ୍କୁଲ ଓ ଅନ୍ୟ ପକ୍କା ଘର ସ୍କୁଲର ବ୍ୟବସ୍ଥା କରାଯିବାକୁ ନିଷ୍ପତ୍ତି ହୋଇଥିଲା । କଳା ବଜାରୀ ରୋକିବା ପାଇଁ ଏକ ସ୍କ୍ୱାର୍ଡ ଗଠନ କରାଯାଇ ଏହାକୁ ତଦାରଖ କରିଯିବାକୁ ନିଷ୍ପତ୍ତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ