ଜାତୀୟ ଖାଉଟି ଦିବସ ପାଳିତ
ଜୟପୁର, (ଯୁଗାବ୍ଦ ନ୍ୟୁଜ):ଜାତୀୟ ଖାଉଟି ଦିବସ ପାଳିତ। ଉପ ନିୟନ୍ତ୍ରକ ବୈଧ ମାପ କାର୍ଯ୍ୟାଳୟ କୋରାପୁଟ ଜିଲ୍ଲା ଜୟପୁର ଓ ଜିଲ୍ଲା ଖାଉଟି ବିବାଦ ପ୍ରତିକାର ଆୟୋଗ କୋରାପୁଟ ଜିଲ୍ଲା ଜୟପୁର ଓ ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ କୋରାପୁଟ ଜିଲ୍ଲା ଜୟପୁର ସୌଜନ୍ୟ ରେ ସ୍ଥାନୀୟ ସିଟି ଉଚ୍ଚ ବିଦ୍ୟାଳୟ ଜୟପୁର ରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପ୍ରଫୁଲ୍ଲ କୁମାର ପଣ୍ଡା ସମ୍ମନିଟ ଅତିଥି ଭାବେ ଉପ ନିୟନ୍ତ୍ରକ ସତ୍ୟଜିତ୍ ବିଶ୍ଵାଳ ଓ ଅନ୍ୟାନ୍ୟ ଅତିଥି ଭାବେ ନିରୀକ୍ଷକ ବିଜୟ କୁମାର ନାୟକ, ସରୋଜ କୁମାର ଗୌଡ଼ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବି ସୁଜାତା ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ପ୍ରଚାର୍ଯ୍ୟ ସୁଧାକର ପଟ୍ଟନାୟକ ଯୋଗଦେଇଥିଲେ। ସଭାକାର୍ଯ୍ୟ ର ସଭାପତିତ୍ବ କରିଥିଲେ ପ୍ରତିଷ୍ଠାତା ସଭ୍ୟ ଶଶୀ ପଟ୍ଟନାୟକ। ମାପ କାର୍ଯ୍ୟାଳୟ ତରଫରୁ ନିରୀକ୍ଷକ ଇଲେକ୍ଟ୍ରୋନିକ ନିକିତି ଓ ବଟକରା ନିକିତି ପ୍ରଦର୍ଶିତ କରି ବିଭିନ୍ନ ଦିଗ ପ୍ରତି ସଚେତନ କରାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ପଣ୍ଡା ଖାଉଟି ଅଧିକାର ଓ କର୍ତ୍ତବ୍ୟ ବିଷୟରେ ଆଲୋକପାତ କରିଥିଲେ ଓ ଖାଉଟି ଅଦଲତରେ ନିଜ ନିଜ ର ଅଭିଯୋଗ କୁ କିପରି ସମାଧାନ କରିପାରିବେ କହିଥିଲେ। କାର୍ଯ୍ୟ କ୍ରମ କୁ ଶିକ୍ଷକ ପ୍ରତାପ ପଟ୍ଟନାୟକ ପରିଚାଳନା କରୁଥିଲେ। ପ୍ରବନ୍ଧ ପ୍ରତିଯୋଗୀତା ରେ ପ୍ରଥମ ଅମିତ୍ କୁମାର ଯାଦବ ଦ୍ଵିତୀୟ ଭି ଦିବ୍ୟ ସାଇ ତୃତୀୟ ବି ଗାୟତ୍ରୀ ଓ ସାନ୍ତ୍ଵନା ମୂଳକ ପୁରସ୍କାର ଗୀତାଶ୍ରୀ ପାଣିଗ୍ରାହି ଓ ପୋଷ୍ଟର ମାକିଂ ପ୍ରତିଯୋଗୀତା ରେ ପ୍ରଥମ ଭି କ୍ରିଷ୍ଣା ଭେନି ଦ୍ଵିତୀୟ ଯଶୋଦା ବେହେରା ତୃତୀୟ ଭି ଦିବ୍ୟ ସାଇ ପାଇଥିଲେ। ଶେଷରେ ପ୍ରତାପ ପଟ୍ଟନାୟକ ଧନ୍ୟ ବାଦ ଅର୍ପଣ କରିଥିଲେ।