ଜାତୀୟ ରଗବୀ ଫୁଟବଲ୍ ବିଜେତା ଖେଳାଳିଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର, (ଲିପନ ନାଏକ):ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ଅନ୍ତର୍ଗତ ମହୁଲପାଲି ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟ ଅଷ୍ଟମ ଶ୍ରେଣୀ ଛାତ୍ର ଆରିଷ ସେଠ୍ ଜାତୀୟ ରଗବୀ ଫୁଟବଲ ପ୍ରତିଯୋଗିତାରେ ଭାଗ ନେଇଥିଲେ l ଯାହା ଦୁଇ ଦିନ ଧରି ପାଟନା ର ବିହାର ରେ ହେବାକୁ ଥିବା ୬୮ ତମ ଜାତୀୟ ବିଦ୍ୟାଳୟ ସମୂହ ରଗବୀ ଫୁଟବଲ ପ୍ରତିଯୋଗିତା ଆୟୋଜନ ହୋଇଥିଲା ଏହି ପ୍ରତିଯୋଗିତାରେ ଓଡ଼ିଶା ର ଉଭୟ ୧୪ ବର୍ଷରୁ କମ ବାଳକ ବାଳିକା ଦୁଇଟି ଦଳ ଭାଗ ନେଇ ଥିଲେ l ଓଡ଼ିଶା ଦଳ ଖେଳରେ ବହୁତ୍ ଭଲ ପ୍ରଦର୍ଶନ କରି ବାଳିକା ଦଳ ପ୍ରଥମ ଉପ ବିଜେତା ଓ ବାଳକ ଦଳ ଦ୍ୱିତୀୟ ଉପ ବିଜେତା ହୋଇଥିଲେ l ବର୍ତ୍ତମାନ ଚାରି ଆଡେ ଖୁସିର ଲହରୀ ଖେଳିଯାଇଛି l ଆରିଷ ସେଠ୍ ଙ୍କୁ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ କାହ୍ନୁ ଚରଣ ଦାସ ଶନିବାର ଦିନ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କରିଛନ୍ତି l ଆରିଷ ସେଠ୍ ଙ୍କ କୃତିତ୍ୱ ପାଇଁ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି ଏବଂ ତାଙ୍କ ଖେଳ ଶିକ୍ଷକ ଶ୍ରୀ ଯୁକ୍ତ ତ୍ରିବିକ୍ରମ ରଣା ଙ୍କୁ ମଧ୍ୟ ବହୁତ କୃତଜ୍ଞତା ର ସୁଅ ଛୁଟୁଛି l ବିଦ୍ୟାଳୟରେ ମଧ୍ୟ ଏହି ବିଜେତା ଖବର ଶୁଣି ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଆନନ୍ଦିତ ହୋଇଛନ୍ତି l ଏହି କାର୍ଯ୍ୟକ୍ରମରେ ସହକାରୀ ଶିକ୍ଷକ ଶମ୍ଭୁନାଥ ନାୟକ, ମିଲନ ହୋତା, ମନୋଜ କୁମାର ସିଂହ, ସହକାରୀ ଶିକ୍ଷୟତ୍ରୀ ଶୁଭଶ୍ରୀ ବେହେରା, ଶୀମାରାଣୀ ଶାଷିନି, ଅଭସ୍ମିତା ପଣ୍ଡା, ସୁଜାତା ସିଂହ ଧୁରୁଆ ଓ ଖେଳ ଶିକ୍ଷକ ତ୍ରିବିକ୍ରମ ରଣା ପ୍ରମୁଖ ଆରିଷ ସେଠ୍ ଙ୍କୁ ଉତ୍ସାହିତ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ