ଜାହାନିଆଁ ଠାରେ ଦୁଇଦିନିଆଁ ବାଲିଯାତ୍ରା ଅନୁଷ୍ଠିତ
ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ର ଜାହାନିଆ ପୀର ପୀଠ ଠାରେ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଦୁଇ ଦିନିଆଁ ବାଲିଯାତ୍ରା ଶୁକ୍ରବାର ଠାରୁ ଆରମ୍ଭ ହୋଇ ଆଜି ଶେଷ ହୋଇଛି । ଶୁକ୍ରବାର ପ୍ରାତଃ ରେ ବୋଇତ ବନ୍ଦାଣ ଉତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ସୁସଜିତ ବୋଇତ କୁ ମୁଖ୍ୟ ଅତିଥି ସରପଞ୍ଚ କ୍ଷିରୋଦ କାଣ୍ଡି ନଡ଼ିଆ ବାଡେଇ ଶୁଭାରମ୍ଭ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ସମିତିସଭ୍ୟ ବିମ୍ବାଧର ବିଶ୍ଵାଳ,ଅସ୍ତରଙ୍ଗ ଥାନାର ସବ୍ ଇନସପକ୍ଟର ଦୀପକ ସାମନ୍ତ ସିଂହାର,ଅସ୍ତରଙ୍ଗ ଅଗ୍ନିଶମ ବାହିନୀ ର ସୁଜିତ କୁମାର ଭୋଇ, ହାବିଲଦାର ଯଶୋବନ୍ତ ପ୍ରଧାନ,ଅସ୍ତରଙ୍ଗ ବ୍ଲକ ବିଡିଓ ମଧୁସ୍ମିତା ବେହେରା, ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ ପ୍ରମୁଖ ସାମିଲ ହୋଇ ବୋଇତ ବନ୍ଦାଣ ର ଉଦ୍ଦେଶ୍ୟ ସହ ନୌ ବାଣିଜ୍ୟ ପରମ୍ପରା ଉପରେ ଆଲୋଚନା କରିଥିଲେ । ହଜାର ହଜାର ଲୋକ ସମୁଦ୍ର ସ୍ନାନ କରିବାସହ ପିର ବାବା ଙ୍କୁ ଦର୍ଶନ କରିଥିଲେ। ଏହି ଅବସରରେ ଜାହାନିଆଁ ମେଳା ପଡ଼ିଆ ଠାରେ ମେଳା ଲାଗିଥିବା ବେଳେ ପୀର ପୀଠ କୁ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳା ରେ ସଜ୍ଜିତ କରାଯାଇଥିଲା। ବହୁ ଦୂର ଦୁରାନ୍ତରୁ ଲୋକ ମାନେ ଆସି ସମୁଦ୍ର ବେଳା ଭୂମି ଓ ସଂଲଗ୍ନ ଜଙ୍ଗଲ ରେ ବଣ ଭୋଜି କରି ମଜା ଉଠାଇଥିଲେ । ଯାତ୍ରା ସ୍ଥଳରେ ବ୍ଲକ ବିଡିଓ ସସ୍ମିତା ବେହେରା,ବ୍ଲକ ଅଧ୍ୟକ୍ଷା ଆରତୀ ନାଏକ ,ପୁରୀ ଜିଲ୍ଲା ଅତିରିକ୍ତ ଏସପି ବିଷ୍ଣୁ ବରାଳ ପତି ,ଗୋପ ଥାନା ଆଇ ଆଇ ସି ପ୍ରଶାନ୍ତ ପଢ଼ୀଆରି, ଅସ୍ତରଙ୍ଗ ଥାନା ଆଇଆଇସି ରାଜେଶ କୁମାର ବଳିଆର ସିଂ ପ୍ରମୁଖ ଯାତ୍ରା ସ୍ଥଳରେ ଉପସ୍ଥିତ ରହି ଆଇନ ଶୃଙ୍ଖଳା ଉପରେ ସ୍ଵତନ୍ତ୍ର ଦୃଷ୍ଟି ରଖିଥିଲେ। ଆଜି ସଂଧ୍ୟା ରେ ଦୁଇ ଦିନିଆଁ ବାଲିଯାତ୍ରା ଶେଷ ହୋଇଥିଲା।