ଜି-୨୦ ସମ୍ମିଳନୀକୁ ସାରା ଭାରତରେ ବିରୋଧ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଭାରତ ଅଧ୍ୟକ୍ଷତାରେ ବହୁ ପ୍ରତୀକ୍ଷିତ ଗ୍ରୁପ୍ ଅଫ୍ ୨୦ ବା ଜି-୨୦ ରାଷ୍ଟ୍ରନେତାଙ୍କ ଅଷ୍ଟାଦଶ ସମ୍ମିଳନୀ ଶନିବାର ଓ ରବିବାର ଦୁଇଦିନ ଧରି ନୂଆଦିଲ୍ଲୀରେ ଅନୁଷ୍ଠିତ ହେଉଛି ଯାହାକୁ ଜି-୨୦ ସମ୍ମିଳନୀ କୁହାଯାଉଛି । ପ୍ରଥମଥର ପାଇଁ ଭାରତ ଆୟୋଜନ କରୁଥିବା ଏହି ଜି-୨୦ ସମ୍ମିଳନୀ ମାନବକୈନ୍ଦ୍ରିକ ବିକାଶ ଦିଗରେ ବିଶ୍ୱକୁ ନୂଆ ପଥ ପ୍ରଦର୍ଶନ କରିବ ବୋଲି କୁହାଯାଉଛି । ବାସ୍ତବରେ ଏହି ଜି-୨୦ ସମ୍ମିଳନୀର ଉଦ୍ଦେଶ୍ୟ ହେଉଛି ଦେଶର ଖଣି, ଖାଦାନ, ଜଙ୍ଗଲ, ଜମି ଲୁଟ୍ କରିବା, କର୍ପୋରେଟ ହାଉସମାନଙ୍କୁ ବିକଶିତ କରାଇବା ସହିତ ଧନୀଙ୍କୁ ଅଧିକ ଧନୀ କରାଇବା ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ କୁହାଯାଇଛି । କିନ୍ତୁ ସେହି ଜି-୨୦ ସମ୍ମିଳନୀରେ ଗରୀବ, ଆଦିବାସୀ, ଅସହାୟ, ଚାଷୀ, ଉଠାଦୋକାନୀ, ବସ୍ତିବାସିନ୍ଦା ଓ ଶ୍ରମିକ ଶ୍ରେଣୀମାନଙ୍କ ଅଧିକାର ଉପରେ କୌଣସି ଆଲୋଚନା କରାଯାଉ ନାହିଁ । ଫଳରେ ଏହି ଶ୍ରେଣୀର ଲୋକମାନେ ଗରୀବରୁ ଅଧିକ ଗରୀବ ହେବେ ଏବଂ ଦେଶରେ ଆର୍ଥିକ ଅନାଟନ ଦେଖାଦେବ । ଏଠାରେ ପ୍ରକାଶଥାଉକି ନୂଆଦିଲ୍ଲରେ ଚାଲିଥିବା ଜି-୨୦ ସମ୍ମିଳନୀ ଯୋଗୁ ୨୦ ହଜାରରୁ ଅଧିକ ଉଠାଦୋକାନୀ, ୧ଲକ୍ଷରୁ ଉର୍ଦ୍ଧ୍ୱ ବସ୍ତିବାସିନ୍ଦାଙ୍କୁ ଉଚ୍ଛେଦ କରାଯିବା ସହ ଅଟୋ, ଟ୍ୟାକ୍ସିଚାଳକ ଓ ଶ୍ରମିକଶ୍ରେଣୀର ଲୋକ, ମେଟ୍ରୋ ଟ୍ରେନ ସମେତ ଦିଲ୍ଲୀକୁ ସଂଯୋଗ କରୁଥିବା ପାଖାପାଖି ୨୦୦ଟ୍ରେନ ଚଳାଚଳ କରିପାରିବ ନାହିଁ ବୋଲି ବାରଣ କରାଯାଇଛି ଯାହା ଭାରତ ଭଳି ଏକ ଗଣତନ୍ତ୍ର ରାଷ୍ଟ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ।ନ୍ୟାସନାଲ ହକର୍ସ ଫେଡ଼େରେସନ, ଏପିଏମ୍‌ଡିଡିର ମିଳିତ ଉଦ୍ୟମରେ ରାଷ୍ଟ୍ରୀୟ ମହାସଚିବ ଶକ୍ତିମାନ ଘୋଷଙ୍କ ନେତୃତ୍ୱରେ ସାରା ଭାରତବର୍ଷରେ ୩୦୦ରୁ ଅଧିକ ସ୍ଥାନରେ ଜି-୨୦ ସମ୍ମିଳନୀକୁ ବିରୋଧ କରାଯାଇଥିବା ବେଳେ ସଭାପତି ପ୍ରତାପ କୁମାର ସାହୁଙ୍କ ନେତୃତ୍ୱରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସହରରେ ଏହାକୁ ତୀବ୍ର ବିରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ଉଠାଦୋକାନୀ, ବସ୍ତିବାସିନ୍ଦା, ଶ୍ରମିକ, ଅଟୋ ଓ ରିକ୍ସା ଚାଳକ, ସାମାଜିକ କର୍ମୀ ଯୋଗ ଦେଇ ଏହା ଜି-୨୦ ସମ୍ମିଳନୀ ନୁହେଁ, ବରଂ ୪-୨୦ ସମ୍ମିଳନୀ ବୋଲି ଅଭିହିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ