ଠିପି ବନ୍ଦ ମଦ ଦୋକାନ ସମୁଖରେ ମଦ୍ୟପାନ ଅଭିଯୋଗ
ପୁରୀ,(ୱାଏନଏସ):ଠିପି ବନ୍ଦ ମଦ ଦୋକାନ ଆଗରେ ଠିପି ଖୋଲି ଚାଲିଛି ମଦ୍ୟପାନ ।କଣାସ ବ୍ଲକ୍ ବିଜିପୁର ଛକ ନୂଆ ଜଗନ୍ନାଥ ସଡ଼କ ନିକଟରେ ଥିବା ସରକାରୀ ବିଦେଶୀ ମଦ ଦୋକାନ ଆଗରେ ଅନେକ ଫାଷ୍ଟ ଫୁଡ୍ ଦୋକାନ ରହିଥିବା ବେଳେ ମଦ୍ୟପମାନେ ଫାଷ୍ଟ ଫୁଡ୍ ଦୋକାନରୁ ଚାଖଣା ଆଣି ରସ୍ଥା ଉପରେ ବସି ମଦ୍ୟପାନ କରୁଛନ୍ତି । ଏହା ଦ୍ବାରା ଅନେକ ଅସାମାଜିକ କାର୍ଯ୍ୟକଳାପ ବଢୁଥିବା ବେଳେ ଅବକାରୀ ବିଭାଗ ଓ ପୁଲିସ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।ମଦ ଦୋକାନ ଓ ମଦୁଆଙ୍କ ଉପରେ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହେଉଛି ।ଅବକାରୀ ବିଭାଗ ନିୟମ ଅନୁଯାୟୀ ଦୋକାନ ଆଗରେ ବିଭିନ୍ନ ମଦର ରେଟ ଚାର୍ଟ ମାରିବା କଥା ହେଲେ ସେସବୁ ନକରି ଅନେକ ସମୟରେ ମଦ ଦୋକାନି ଗ୍ରାହକଙ୍କ ଠାରୁ ପ୍ରିଣ୍ଟ ରେଟରୁ ଚଢ଼ା ଦର ନେଉଥିବାର ଗ୍ରାହକମାନେ ଅଭିଯୋଗ କରିଛନ୍ତି । ମୁଖ୍ୟ ଅଭିଯୋଗ ହେଲା ନୂଆ ଜଗନ୍ନାଥ ସଡ଼କ ରାମେଶ୍ବରରୁ ପୁରୀ ଶିକ୍ଷେତ୍ରକୁ ସଂଯୋଗ କରୁଥିବା ବେଳେ ପ୍ରତି ଦିନ ଏହି ରାସ୍ଥା ଦେଇ ସହ ସହ ପ୍ରର୍ଯ୍ୟଟକ ରାଜ୍ୟ ତଥା ରାଜ୍ୟ ବାହାରୁ ପୁରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାକୁ ଆସିଥାନ୍ତି ହେଲେ ବିଡ଼ମ୍ବନାର ବିଷୟ ବିଜିପୁର ଛକରେ ଥିବା ଠିପି ବନ୍ଦ ମଦ ଦୋକାନ ଆଗରେ ମଦୁଅମାନେ ମଦ୍ୟପାନ କରି ବିଭିନ୍ନ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି ।ଯାହା ଫଳରେ ପଯ୍ୟଟକମାନେ ଓ ସ୍ଥାନୀୟ ଯୁବତୀ ମହିଳା ସେହି ରାସ୍ତା ଦେଇ ଯିବା ଆସିବା କରିବା ପାଇଁ ନିଜକୁ ଅସୁରକ୍ଷିତ ମଣୁଛନ୍ତି ।ଏହି ଠିପି ବନ୍ଦ ମଦ ଦୋକାନରୁ ମଦ କିଣି ମଦୁଆମାନେ ଖୋଲା ଖୋଲି ନିର୍ଭୟରେ ମଦ ଦୋକାନ ଆଗରେ ଓ ରାସ୍ତା ଉପରେ ବସି ମଦ୍ୟପାନ କରୁଛନ୍ତି ।ଯାହା ଦ୍ଵାରା ଶିକ୍ଷେତ୍ର ପୁରୀକୁ ଆସୁଥିବା ପର୍ଯ୍ୟଟକ ଆସୋନ୍ତୋଷ ବ୍ୟକ୍ତ କରିବା ସହ ଅଞ୍ଚଳରେ ଅନେକ ସମୟରେ ଦୁର୍ଘଟଣା, ଚୋରୀ, ଡକାୟତି, ରହାଜାନି ବଢୁଛି ।ମଦ ଦୋକାନ ସାମ୍ନାରେ ସାପ୍ତାହିକ ହାଟ ବସୁଥିବା ବେଳେ ହଟକୁ ଆସୁଥିବା ଝିଅ ବୋହୁ ଓ ଗ୍ରାହକଙ୍କୁ ମଦୁଆମନେ କମେଣ୍ଟ ମାରୁଥିବା ଅଭିଯୋଗ ହେଉଛି ।ବିଶେଷକରି ଏହି ବିଜିପୁର ମଦ ଦୋକାନୀ ଅଞ୍ଚଳର ଆଖ ପାଖ ଗ୍ରାମରେ ଥିବା ପାନ ଓ ପରିବା ଦୋକାନ ମାନଙ୍କରେ ମଦ ବିକ୍ରି କରିବା ପାଇଁ ଦେଉଥିବାରୁ ପ୍ରତ୍ୟେକ ଗ୍ରାମରେ ମଦ୍ୟପମାନେ ବିଶୃଙ୍ଖଳା ସୃଷ୍ଟି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଥିପ୍ରତି ଅବକାରୀ ମନ୍ତ୍ରୀ,ସଚିବ ଓ ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।